Birthday Special: କାହିଁକି ନିଜ ପୁଅକୁ ପସନ୍ଦ କରନ୍ତି ନାହିଁ ମହେଶ ଭଟ୍ଟ ?
ବଲିଉଡର ଜଣା ଶୁଣା ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଆଜି ନିଜର ୭୧ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ମହେଶ ଭଟ୍ଟଙ୍କ ବିଷୟରେ କିଛି ଅଜଣା କଥା । ଅନେକ ସମୟରେ ମହେଶ ଭଟ୍ଟ ପୋଷ୍ଟ କରୁଥିବା ଫଟୋ ଗୁଡିକରେ ତାଙ୍କ ମା, ବାପା,ପତ୍ନୀ, ଝିଅ ଓ ଭଉଣୀ ନଜର ଆସନ୍ତି। ହେଲେ ମହେଶଙ୍କ ପୁଅ କୌଣସି ପୋଷ୍ଟରେ ନଥାନ୍ତି । ମହେଶଙ୍କ ରାହୁଲ ଭଟ୍ଟ ନାମକ ଜଣେ ପୁଅ ମଧ୍ୟ ଅଛନ୍ତି।
ମହେଶ ଭଟ୍ଟ ୨ ଥର ବିବାହ କରିଥିଲେ। ପ୍ରଥମେ ସେ ଲୋରେନ୍ ବ୍ରାଇଟଙ୍କୁ ବିବାହ କରିଥିଲେ ଯିଏ ଏବେ କିରନ ଭଟ୍ଟ ନାଁରେ ପରିଚିତ। ମହେଶ ଭଟ୍ଟ ଓ କିରନ ଭଟ୍ଟଙ୍କର ୨ଟି ସନ୍ତାନ ଅଛନ୍ତି। ଜଣଙ୍କ ନାଁ ପୂଜା ଭଟ୍ଟ ଓ ଆଉ ଜଣେ ହେଲେ ରାହୁଲ ଭଟ୍ଟ।
ରାହୁଲଙ୍କର ନିଜ ବାପା ମହେଶ ଭଟ୍ଟଙ୍କ ସହ ଭଲ ସଂପର୍କ ନାହିଁ। ଏବେ ରାହୁଲ ଜଣେ ଫିଟନେସ ଟ୍ରେନର ଓ ସେ ଭଟ୍ଟ ପରିବାର ସହ ରୁହନ୍ତି ନାହିଁ। କାରଣ ମହେଶ ଭଟ୍ଟ ତାଙ୍କୁ ପସନ୍ଦ କରନ୍ତି ନାହିଁ। ଆମେରିକା ଆତଙ୍କବାଦୀ ଡେଭିଡ ହେଡଲିଙ୍କ ସହ ସମ୍ପର୍କ ଯୋଗୁଁ ସେ ଚର୍ଚ୍ଚାରେ ଥିଲେ।
କହିରଖୁଛୁ ଯେ, ରାହୁଲ ବିଗ ବସର ସିଜିନ ୪ରେ ନଜର ଆସିଥିଲେ । ସେ ଥରେ କହିଥିଲେ ମହେଶ ଭଟ୍ଟ ମୋତେ କେବେ ପୁଅ ବୋଲି ଭାବିନାହାଁନ୍ତି । ମୋ ବଢିବା ସମୟରେ ସେ ମୋ ପାଖରେ ନଥିଲେ । ଏହା ହେଉଛି ତାଙ୍କର ଏବଂ ମୋ ସମ୍ପର୍କର ସତ୍ୟତା ।