Only for Entertainment

Birthday Special : କାହିଁକି ଆୱର୍ଡ ଶୋ’ରେ ସାମିଲ ହୁଅନ୍ତି ନାହିଁ ବଲିଉଡର ସୁପରଷ୍ଟାର ଆମୀର ଖାନ୍ ?

DNA India
48

ବଲିଉଡ ପରଫେକ୍ସନିଷ୍ଟ ଆମୀର ଖାନ ଆଜି ନିଜର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି । ନିଜ ଫିଲ୍ମ କ୍ୟାରିୟର ମଧ୍ୟରେ ସେ ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ଏହା କହିବା ଭୁଲ ହେବ ନାହିଁ ଯେ, ଆମୀର ଲୋକଙ୍କୁ କେଉଁ ପରି ଫିଲ୍ମ ଦରକାର ସେ କଥା ଭଲ ଭାବେ ଜାଣି ସରିଛନ୍ତି । ସେଥିପାଇଁ ଓ ଫିଲ୍ମ କରିବା ପୂର୍ବରୁ ସେ ଭଲ ଭାବେ ସ୍କ୍ରିପ୍ଟ ଏବଂ ତାଙ୍କ ଚରିତ୍ରକୁ ବୁଝିଥାନ୍ତି । ତେବେ ବଲିଉଡକୁ ଏତ ବଡ ବଡ ଫିଲ୍ମ ଦେଇଥିବା ଆମୀରଙ୍କୁ କୌଣସି ଆୱାର୍ଡ ଶୋ’ରେ ଦେଖିବାକୁ ମିଳିନଥାଏ । ଏହାର କରାଣ ବୋଧ ହୁଏ କମ ଲୋକ ଜାଣିଥିଲେ । ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ଏହା ପଛର କାରଣ…

ଏକଥା ତ ସମସ୍ତେ ଜାଣନ୍ତି କି ଅମିର ଖାନ କୌଣସି ବି ଆୱାର୍ଡ ଶୋ’ରେ ସାମିଲ ହୁଅନ୍ତି ନାହିଁ । କିନ୍ତୁ ଖୁବ୍ କମ୍ ଲୋକେ ଜାଣନ୍ତି ଆମୀର ଆୱାର୍ଡ ଶୋ’ରେ ସାମିଲ ନହେବାର କାରଣ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ କି ଅମିର ଆୱାର୍ଡ ଶୋ’ରେ କାହିଁକି ଯୋଗ ଦିଅନ୍ତି ନାହିଁ ।

aamir

ଆପଣ ଜାଣିଲେ ଚକିତ ହେବେ କି, ଆମୀର ଏହି ନିଷ୍ପତି ଖୋଦ୍ ନେଇଛନ୍ତି । ଆଉ ତାଙ୍କର ଏହି ନିଷ୍ପତି ଆଜିକାର ନୁହେଁ ବରଂ ବର୍ଷ ୧୯୯୨ ମସିହାର । ଏଠାରେ ଆମେ କହି ରଖୁଛୁ କି ୧୯୯୨ରେ ବଲିଉଡର ତିନୋଟି ଦମଦାର ସିନେମା ପରଦାକୁ ଆସିଥିଲା । ଯେଉଁଥିରେ ଅଭିନୟ କରିଥିବା ନାୟକମାନଙ୍କୁ ବେଷ୍ଟ ଆକ୍ଟରର ତାଜ୍ ମିଳିବାର ଯଥେଷ୍ଟ ସମ୍ଭାବନା ରହିଥିଲା । ମାତ୍ର ଏକଥା କେହି ବି ସ୍ଥିର କରିପାରି ନଥିଲେ କି ଏହି ଟ୍ୟାଗଟି କାହା ନାଁରେ ଯୋଡାଯିବ । କୁହାଯାଏ, ଏହି ତାଲିକାର ଶୀର୍ଷରେ ଥିଲେ ଅନୀଲ କପୁର । କାରଣ ସେହି ବର୍ଷ ତାଙ୍କ ସିନେମା ବେଟ୍ଟା ରିଲିଜ୍ ହୋଇଥିଲା । ଏହାପରେ ବିଗ୍ ବିଙ୍କ ନାଁ ମଧ୍ୟ ଶୁଣିବାକୁ ମିଳିଥିଲା । ସେହିବର୍ଷ ତାଙ୍କ ସିନେମା ଖୁଦା ଗବାହ ପରଦାକୁ ଆସିଥିବା ବେଳେ ଆମୀରଙ୍କ ସିନେମା ‘ଜୋ ଜିତା ବହି ସିକନ୍ଦର’ ମଧ୍ୟ ପରଦାକୁ ଆସିଥିଲା ।

amir

ତେବେ ଆମୀର ଖାନଙ୍କୁ ପୁରା ଲାଗିଥିଲା କି ସେ ହିଁ ସେହି ମୁକୁଟ ପିନ୍ଧିବେ । ମାତ୍ର ତାଙ୍କ ଆଶା ଆଶାରେ ହିଁ ରହିଯାଇଥିଲା । କାରଣ ଫିଲ୍ମଫେୟାର ଆୱର୍ଡକୁ ଜିତି ଥିଲେ ଅନୀଲ କପୁର । ବାସ୍ ଏହି କଥାକୁ ନେଇ ଆମୀର ଖାନ ଏତେ ମାତ୍ରାରେ ରାଗି ଯାଇଥିଲେ କି କୌଣସି ଆୱର୍ଡ କାର୍ଯ୍ୟକ୍ରମରେ ସାମିଲ ନହେବା ପାଇଁ ନିଷ୍ପତି ନେଇଥିଲେ । ଆଉ ଯାହାର ଫଳାଫଳ ଏବେ ଆପଣଙ୍କ ସାମ୍ନାରେ । ଅର୍ଥାତ୍ ସେହିଦିନଠାରୁ ଆମୀର ଖାନ୍ କୌଣସି ଆୱର୍ଡ ଶୋ’ରେ ଯୋଗ ଦିଅନ୍ତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More