Only for Entertainment

ଆଲିଆଙ୍କ ଜନ୍ମ ଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

Hindustan Times
36

ବଲିଉଡର ଚୁଲବୁଲି ନାୟିକା ଆଲିୟା ଭଟ୍ଟଙ୍କ ଜନ୍ମ ୧୫ମାର୍ଚ୍ଚ ୧୯୯୩ରେ ମୁମ୍ବାଇରେ ହୋଇଥିଲା । । ଆଜି ଏହି ଅଭିନେତ୍ରୀ ନିଜର ୨୫ତମ ଜନ୍ମଦିବସ ମନାଉଛନ୍ତି । ୭ ବର୍ଷ ଫିଲ୍ମ କ୍ୟାରିୟରରେ ସେ ଆଜି ସଫଳ ଅଭିନେତ୍ରୀ ଅଟନ୍ତି । ନିଜର ପରିଶ୍ରମ ଏବଂ ସମର୍ପଣ ଯୋଗୁଁ ସେ ଆଜି ବଲିଉଡ ଜଗତରେ ଥିବା ଅଭିନେତ୍ରୀଙ୍କୁ ବରାବର ଟକ୍କର ଦେବା ଲାଗି ନିଜକୁ ସକ୍ଷମ କରି ପାରିଛନ୍ତି । ଆଲିୟାଙ୍କ ଜନ୍ମ ଦିବସରେ ଆଜି ଆମେ ଆପଣଙ୍କୁ ତାଙ୍କ ସମ୍ପର୍କରେ କିଛି ଏପରି କିଛି କହିବୁ ଯାହା ହୁଏତ ଖୁବ କମ ଲୋକଙ୍କୁ ଜଣାଥିବ..

ଆଲିୟାଙ୍କ ଡାକ ନାମ ଆଲୁ ଅଟେ । ସେ ତାଙ୍କ ଘରେ ସବୁଠାରୁ ଗେହ୍ଲା ଅଟନ୍ତି । ତାଙ୍କ ପିତା ମହେଶ ଭଟ୍ଟ ଜଣେ ଜଣାଶୁଣା ଫିଲ୍ମ ନିର୍ମାତା ଅଟନ୍ତି ଏବଂ ମା ସୋନି ରାଜଦାନ ଜଣେ ଅଭିନେତ୍ରୀ ଅଟନ୍ତି ।

ଆଲିୟା ଚାଇଲ୍ଡ ଆର୍ଟିଷ୍ଟ ରୂପେ ୧୯୯୯ରେ ରିଲିଜ ହୋଇଥିବା ସଂଘର୍ଷ ଫିଲ୍ମରେ ଅଭିନୟ କରିଥିଲେ । ଏଥିରେ ସେ ପ୍ରୀତି ଜିଂଟାଙ୍କ ପିଲାଦିନର ଅଭିନୟ କରିଥିଲେ ।

୨୦୧୨ରେ ସେ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର’ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ଅଭିନୟ କରିବା ଲାଗି ୫୦୦ଜଣ ଝିଅ ଅଡିଶନ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଆଲିୟା ଭଟ୍ଟଙ୍କୁ ମନୋନୀତ କରାଯାଇଥିଲା । କିନ୍ତୁ ତାଙ୍କୁ ଏହି ଫିଲ୍ମରେ ଅଭିନୟ କରିବା ଲାଗି ସର୍ତ୍ତ ରଖାଯାଇଥିଲା । ସର୍ତ୍ତ ଥିଲା ଯେ ତାଙ୍କୁ ଏହି ଫିଲ୍ମରେ ଅଭିନୟ କରିବା ଲାଗି ୧୬କିଲୋ ଓଜନ ୩ ମାସରେ ଘଟାଇବାର ଅଛି ।

ଆଲିଆ ଅନୁପମ ଖେରଙ୍କ ଚାଟ ସୋ’ରେ ପିତା ମହେଶ ଭଟ୍ଟଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସହ ବିବାହ କରିବାକୁ ଚାହାନ୍ତି ନାହିଁ ବୋଲି ଖୁଲାସା କରିଥିଲେ ।

alia bhatt

ବିଶେଷ ସୂତ୍ରରୁ ପ୍ରକାଶ ଯେ ଆଲିୟାଙ୍କୁ ବିମାନରେ ଯାତ୍ରା କରିବାକୁ ଡର ଲାଗେ । ସେ ବିମାନରେ ଯାତ୍ରା କଲାବେଳେ ଅଧୀର ହୋଇପଡନ୍ତି ।

ଆଲିୟା ତାଙ୍କ ପିତାଙ୍କୁ ଭଲ ପାଆନ୍ତି ମାତ୍ର ସେ ମାମାଙ୍କ ଗର୍ଲ ଅଟନ୍ତି ।

alia

ଆଲିୟା ବଲିଉଡ ଜଗତରେ ସମସ୍ତଙ୍କ ପ୍ୟାରୀ ଅଟନ୍ତି । ସେ କରିନା କପୁରଙ୍କ ବଡ ଫ୍ୟାନ ଅଟନ୍ତି । ଏହାସହ ସେ କ୍ୟାଟ୍ରିନାଙ୍କ ଘନିଷ୍ଠ ବନ୍ଧୁ ଅଟନ୍ତି । ଦୁହେଁ ଏକାସହ ଜିମ ମଧ୍ୟ ଯା’ନ୍ତି ।

ଆଲିଆଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏହି ଫିଲ୍ମରେ ସେ ରଣବୀର କପୁରଙ୍କ ଅପୋଜିଟରେ ନଜର ଆସିବେ । ଏହା ବ୍ୟତିତ ଆଲିଆଙ୍କୁ କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘କଳଙ୍କ’ରେ ମଧ୍ୟ ଦେଖିବାକୁ ମିଳିବ । ନିକଟରେ ତାଙ୍କ ଫିଲ୍ମ ‘ଗଲିବୟ’ ରିଲିଜ ହୋଇଥିଲା । ଏହି ଫିଲ୍ମରେ ସେ ରଣବୀର ସିଂଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More