Only for Entertainment

୪୫ ମିନିଟ ଗାଇବା ପାଇଁ ଏତେ କୋଟି ଚାର୍ଜ କରନ୍ତି ଅରିଜିତ ସିଂ, ପ୍ରଥମ ବିବାହକୁ ନେଇ ଆଜି ମଧ୍ୟ ରହିଛି ରାଜ୍

dna
34

ବଲିଉଡକୁ ବ୍ୟାକ ଟୁ ବ୍ୟାକ ହିଟ ଗୀତ ଦେଇ ଫେମସ ହୋଇଥିବା ପ୍ଲେ ବ୍ୟାକ ସିଙ୍ଗର ଅରିଜିତ ସିଂ ଆଜି ନିଜର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ପଶ୍ଚିମ ବଙ୍ଗର ଜିୟାଗଞ୍ଜ ମୁର୍ଶୀୁଦାବାଦରେ ୨୫ ଏପ୍ରିଲରେ ଅରିଜିତ ସିଂଙ୍କ ଜନ୍ମ ହୋଇଥିଲା । ତାଙ୍କ ପିତା ପଂଜାବୀ ଏବଂ ମା’ ବଙ୍ଗାଳୀ । ତାଙ୍କର ମ୍ୟୁଜିକ ଟ୍ରେନିଂ ନିଜ ପରିବାରରୁ ହିଁ ଆରମ୍ଭ ହୋଇଥିଲା ।

ଅରିଜିତଙ୍କୁ ରିୟଲିଟି ଶୋ’ ଗୁରୁକୁଳରୁ ହିଁ ପରିଚୟ ମିଳିଥିଲା । ଏହାପରେ ସେ ଶଙ୍କର-ଏହସାନ-ଲୟ ଏବଂ ବିଶାଳ- ସେଖରଙ୍କ ସହିତ ଆସିଷ୍ଟାଣ୍ଟ ମ୍ୟୁଜିକ ପୋଗ୍ରାମର ଭାବେ କାମ କରିଥିଲେ । ଫିଲ୍ମ ‘ଆଶିକି-୨’ ଗୀତ ‘ତୁମ ହି ହୋ’ରୁ ରାତାରାତି ଫେମସ ହୋଇଥିଲେ ଏହା ପରେ ସେ ପଛକୁ ଫେରି ଚାହିଁନାହାଁନ୍ତି । ବର୍ତ୍ତମାନ ଶୁଦ୍ଧା ସେ ୨୦୦ରୁ ଅଧିକ ଫିଲ୍ମରେ ସେ ନିଜର କଣ୍ଠଦାନ କରିସାରିଛନ୍ତି ।

କହିରଖୁଛୁ ଯେ, ଅରିଜିତ ୪୫ ମିନିଟ ଗୀତ ଗାଇବା ପାଇଁ ୧.୫ କୋଟି ଚାର୍ଜ କରିଥାନ୍ତି । ସେହିପରି ବଲିଉଡରେ ଗୋଟିଏ ଗୀତ ଗାଇବା ପାଇଁ ସେ ୧୬ ଲକ୍ଷ ନେଇଥାନ୍ତି । ଏତେ ଫିଲ ନେବା ପରେ ମଧ୍ୟ ସେ ସାଧାରଣ ଜୀବନ ଯାପନ କରିବାକୁ ପସନ୍ଦ କରିଥାନ୍ତି । ଅରିଜିତ ଆଜି ମଧ୍ୟ ପବ୍ଲିକ ଟ୍ରାନ୍ସପୋର୍ଟରେ ଟ୍ରାଭେଲ କରିବାକୁ ପସନ୍ଦ କରିଥାନ୍ତି ।

ତେବେ ଅରିଜିତଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ତାଙ୍କ ପ୍ରଶଂସକ ଖୁବ କମ ଜାଣିଥିବେ । ଅରିଜିତ ଦୁଇଟି ବିବାହ କରିଛନ୍ତି ବୋଲି ଖୁବ କମ ଲୋକଙ୍କୁ ଜଣାଥିବ । ପ୍ରଥମ ପତ୍ନୀଙ୍କ ସହିତ ବିବାହ ବିଚ୍ଛେଦ ପରେ ସେ ଗୋଟିଏ ଛୁଆର ମା’ କୋୟଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

Arijit-singh-and-his-wife

ଅରିଜିତ ୨୦୧୩ରେ ତାଙ୍କର ସହ- ପ୍ରତିଯୋଗୀ ରୁପରେଖା ବାନାର୍ଜୀଙ୍କୁ ପ୍ରଥମେ ବିବାହ କରିଥିଲେ । କିନ୍ତୁ ଏହି ବିବାହ ଲମ୍ବା ସମୟ ରହିପାରିଲା ନାହିଁ । ସେହି ବର୍ଷ ଦୁହିଁଙ୍କ ବିଚ୍ଛେଦ ମଧ୍ୟ ହୋଇଯାଇଥିଲା । ସେ ଏହି ବିବାହ ବିଷୟରେ କାହାକୁ ଜଣାଇନଥିଲେ । ଏହପରେ ଅରିଜିତ ନିଜର ପିଲାଦିନର ବାନ୍ଧବୀ କୋୟଲ ରାୟଙ୍କୁ ୨୦୧୪ରେ ଲୁଚାଛପା ଭାବେ ବିବାହ କରିଥିଲେ । କୋୟଲ ରାୟଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ ଥିଲା । ଏବଂ ପ୍ରଥମ ପତିଙ୍କଠାରୁ ତାଙ୍କର ଏକ ସନ୍ତାନ ମଧ୍ୟ ଥିଲା । ଅରିଜିତ ଲମ୍ବା ସମୟ ବ୍ୟବଧାନ ପରେ ସୋସିଆଲ ମିଡିଆରେ ଫଟୋ ସେୟାର କରି ବିବାହ ବିଷୟରେ ସୂଚନା ଦେଇଥିଲେ ।

Arijit-singh-wedding

ଅରିଜିତଙ୍କର ଅନେକ କଣ୍ଟ୍ରୋଭର୍ସି ସହିତ ମଧ୍ୟ ସମ୍ପର୍କ ରହିଛି । ୨୦୧୩ରେ ଏକ ସାକ୍ଷାତକାରରେ ରିପୋର୍ଟର ଉପରେ ବର୍ଷିବାରୁ ତାଙ୍କୁ ଗିରଫ କରାଯାଇଥିଲା । ୨୦୧୫ରେ ଗ୍ୟାଙ୍ଗଷ୍ଟାର ରବି ପୁଜାରୀ ୫ କୋଟି ପାଇଁ ତାଙ୍କୁ ଧମକ ମଧ୍ୟ ଦେଇଥିଲେ । ଏହା ସହିତ ବଲିଉଡ ଦବଙ୍ଗ ଖାନଙ୍କ ସହିତ ମଧ୍ୟ ତାଙ୍କର ବିବାଦ ଲାଗି ରହିଛି । ଖବର ଅନୁସାରେ ଅରିଜିତ ସଲମାନ ଖାନଙ୍କ ହୋଷ୍ଟିଂକୁ ନେଇ କିଛି ମନ୍ତବ୍ୟ ହେଇଥିଲେ । ଏହା ପରଠାରୁ ସଲମାନ ଅରିଜିତଙ୍କ ଉପରେ ଖପ୍ପା ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More