ଆଜି ଓଲିଉଡ ଅଭିନେତା ତଥା ରାଜନେତା ଆକାଶଙ୍କ ଜନ୍ମଦିନ ।
୧୯୮୧ ମସିହାରେ ଆଜିର ଦିନରେ ସେ ଯାଜପୁର ରୋଡ୍ରେ ଜନ୍ମ ହୋଇଥିଲେ। ତାଙ୍କ ବାପା ହେଉଛନ୍ତି ଜଣେ ଜଣାଶୁଣା ଶ୍ରମିକ ନେତା ମାୟାଧର ନାୟକ। ତାଙ୍କ ମା’ଙ୍କ ନାଁ ଇନ୍ଦିରା ଦାସ।
ସେ ୨୦୦୮ରେ ଓଲିଉଡ୍ରେ ଏଣ୍ଟ୍ରି କରିଥିଲେ। ତାଙ୍କର ପ୍ରଥମ ଫିଲ୍ମର ନାମ ‘କଳିଙ୍ଗ ପୁତ୍ର’। ତାଙ୍କର ଅନ୍ୟଫିଲ୍ମ ମଧ୍ୟରେ ରହିଛି- ‘ସତ୍ୟମେବ ଜୟତେ’, ‘ଶତ୍ରୁ ସଂହାର’, ‘ଶୁଭ ବିବାହ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ଆଲୋ ମୋର କଣ୍ଢେଇ’, ‘ଶପଥ’, ‘ଖିଲାଡ଼ି’, ‘ଧର୍ମ’, ‘ମିତ ବସିଛି ଭୂତ ସାଥୀରେ’, ‘ସଂଗ୍ରାମ’, ‘ତୁ କହିବୁ ନା ମୁଁ’, ‘ଅଗସ୍ତ୍ୟ’ ଓ ‘ଜଷ୍ଟ୍ ମହବତ୍’।
‘କଳିଙ୍ଗ ପୁତ୍ର’ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।