Only for Entertainment

ହାପି ବର୍ଥଡେ ବାବୁଶାନ ମହାନ୍ତି ।

Update Odisha
0 42

ବଲିଉଡ କଳାକାରଙ୍କ ଅପେକ୍ଷା ଓଲିଉଡ କଳାକାରଙ୍କ ବିଷୟରେ ଜାଣିବାରେ ଇଛା ରଖିଥାନ୍ତି ଓଡ଼ିଶାବାସୀ । ତେଣୁ ସେମାନଙ୍କର ପ୍ରତ୍ୟେକଟି ପୋଷ୍ଟକୁ ଅନୁସରଣ କରିଥାନ୍ତି । ବିଶେଷକରି ସେମାନଙ୍କ ଜନ୍ମଦିନରେ ଫ୍ୟାନ୍ସ ନିଜର ଖୁସି ପ୍ରଦର୍ଶନ କରନ୍ତି ଭିନ୍ନ ଭିନ୍ନ ଉପାୟରେ । ଠିକ ସେହିଭଳି ଜଣେ କଳାକାରଙ୍କର ଆଜି ହେଉଛି ଜନ୍ମଦିନ । ସେ ଅନ୍ୟ କେହି ନୁହଁନ୍ତି ସେ ହେଉଛନ୍ତି ବାବୁଶାନ ମହାନ୍ତି ।

ଓଲିଉଡର ଭର୍ସାଟାଇଲ ଆକ୍ଟର ବାବୁଶାନ ମହାନ୍ତିଙ୍କ ନିଆରା ଅଭିନୟକୁ ସମସ୍ତେ ପସନ୍ଦ କରନ୍ତି । ତାଙ୍କ ଝଲକ ପାଇବା ପାଇଁ ଯୁବପିଢୀ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ବାବୁଶାନଙ୍କ ଫିଲ୍ମରେ ରୋମାନ୍ସ ଠାରୁ ଆରମ୍ଭ କରି କମେଡ଼ି ପର୍ଯ୍ୟନ୍ତ ସମସ୍ତ ତଡ଼କା ଦେଖିବାକୁ ପାଇଥାନ୍ତି ଦର୍ଶକ । ତେବେ ଆଜି ବାବୁଶାନ ୨୯ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ରୋମିଓ ଦ ଲଭରବଏରୁ କ୍ୟାରିଅର ଆରମ୍ଭ କରିଥିଲେ ଏହି ଅଭିନେତା । ବାବୁ ୨୦୦୯ରୁ ଏ ପର୍ଯ୍ୟନ୍ତ ୩୦ରୁ ଅଧିକ ଫିଲ୍ମରେ ନିଜର ଜଲୱା ଦେଖାଇ ସାରିଛନ୍ତି ।

ବାବୁଶାନଙ୍କ ଜନ୍ମଦିନରେ ଓଲିବଲି ଟିମ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More