Only for Entertainment

୯୧ ବର୍ଷରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର : ୩୬ଟି ଆଂଚଳିକ ଓ ବିଦେଶୀ ଭାଷାରେ ଗାଇଛନ୍ତି ଗୀତ

google
37

 ବଲିଉଡର ପ୍ରଖ୍ୟାତ ଗାୟିକା ତଥା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଆଜି ନିଜର ୯୦ ତମ ଜନ୍ମ ଦିନ ପାଳନ କରୁଛନ୍ତି । ମାତ୍ର ୧୩ ବର୍ଷ ବୟସରେ ମରାଠୀ ପିଲ୍ମ ‘କିଟି ହାସଲ’ ରେ ଗୀତ ଗାଇ କ୍ୟାରିୟର ଆରମ୍ଭ କରିଥିଲେ କୋକିଳ କଣ୍ଠୀ ଲତା । ଇନ୍ଦୋରର ଏକ ମରାଠୀ ପରିବାରରେ ଭାରତର ଏହି ଅପ୍ରତିଦ୍ୱନ୍ଦୀ ଗାୟିକା ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର ଆର୍ଟିଷ୍ଟ ଥିଲେ । ପଣ୍ଡିତ ଦୀନନାଥ ମଙ୍ଗେସକରଙ୍କ ବଡ ଝିଅ ଲତା ପ୍ରଥମେ ଅଭିନୟରେ କ୍ୟାରିୟର ଆରମ୍ଭ କରିବାକୁ ମନସ୍ଥ କରିଥିଲେ ।

ବିଧିର ବିଧାନ କିନ୍ତୁ ଥିଲା ନିଆରା । ୧୯୪୨ରେ ଲତା ଯେବେ ୧୩ ବର୍ଷର ହୋଇଥିଲେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସଂପୂର୍ଣ୍ଣ ପରିବାରର ଦାୟିତ୍ୱ ତାଙ୍କ ମୁଣ୍ଡ ଉପରକୁ ଆସିଯାଇଥିଲା। ପରିବାରର ଭରଣପୋଷଣ ନିମନ୍ତେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୪୫ରେ ପିତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ପରାମର୍ଶରେ ମୁମ୍ବଇ ଆସି ଗୀତ ଶିଖିବା ସହ ବିଭିନ୍ନ ଚଳଚିତ୍ରରେ ଗାଇବା ଆରମ୍ଭ କରିଥିଲେ ।

lata mangeskar

ମରାଠି ଫିଲ୍ମ ‘ପହଲୀ ମଙ୍ଗଲା ଗୌର’ରେ ସେ ଅଭିନୟ କରିଥିଲେ। ସୁର ସମ୍ରାଜ୍ଞୀ ଲତା ଭାରତ ରତ୍ନ, ପଦ୍ମବିଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ, ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ୨୦ରୁ ଉର୍ଦ୍ଧ୍ୱ ଭାଷାରେ ଗୀତ ଗାଇଛନ୍ତି । ୧ ହଜାରରୁ ଅଧିକ ଚଳଚିତ୍ରରେ ଗୀତ ଗାଇଛନ୍ତି ଲତା ।

ସୂଚନା ଅନୁସାରେ ଆଜି ଅର୍ଥାତ ଲତା ମଙ୍ଗେସକରଙ୍କ ୯୦ ତମ ଜନ୍ମଦିନରେ ଭାରତ ସରକାର ତାଙ୍କୁ ‘ଡଟର ଅଫ ଦ ନେସନ’ ସମ୍ମାନରେ ସମ୍ମାନୀତ କରିବେ । କିଛି ଦିନ ପୂର୍ବେ ଏହାର ଘୋଷଣା ଭାରତ ସରକାର କରିଥିଲେ ।

ସଙ୍ଗୀତ ଜଗତ ପ୍ରତି ତାଙ୍କର ରହିଥିବା ଅହେତୁକ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଜଣା ପଡ଼ିଛି। ସ୍ୱର ରାଇଜର ରାଣୀ ଲତାଜୀ ଦେଶର ସ୍ୱରକୁ ପ୍ରତିନିଧିତ୍ୱ କରୁଥିବାରୁ ସେ ଏହି ସମ୍ମାନରେ ସମ୍ମାନିତ ହେବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More