Only for Entertainment

ବର୍ଥଡେ ସ୍ପେଶାଲ: ୪୪ବର୍ଷରେ ପାଦ ଦେଲେ ମହେଶ ବାବୁ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଜଣା ଅଜଣା କଥା !

268

୪୪ବର୍ଷରେ ପାଦ ଦେଲେ ସାଉଥ ଷ୍ଟାର ମହେଶ ବାବୁ । ଆଜି ସେ ତାଙ୍କର ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଟଲିଉଡ ଇଣ୍ଡଷ୍ଟ୍ରିରେ ମହେଶ ବାବୁ ହେଉଛନ୍ତି ସୁପରିଚିତ ବ୍ୟକ୍ତିତ୍ୱ । ପ୍ରଥମେ ଏକ ଶିଶୁ କଳାକାର ଭାବେ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଟଲିଉଡର ମେଗାଷ୍ଟାର ଭାବେ ପରିଚିତ ଅଟନ୍ତି । ଏହି ଭର୍ସାଟାଇଲ ଆକ୍ଟର ୧୯୯୯ ମସିହାରେ ଫିଲ୍ମ ରାଜକୁମାରଡୁ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ପ୍ରିତୀ ଜିଣ୍ଟା ନଜର ଆସିଥିଲେ । ଓକାଡୁ, ଏଥାଡୁ, ଖଲେଜା, ଡୋକୁଡୁ, ପୋକିରି, ବିଜନେସ୍ମ୍ୟାନ, ଓ ସ୍ପାଏଡର ତାଙ୍କ ବ୍ଲକବ୍ଲାଷ୍ଟର ଫିଲ୍ମ ମଧ୍ୟରୁ ଅନ୍ୟତମ ।

ମହେଶଙ୍କ ବାପା ନିର୍ଦ୍ଦେଶକ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଅନେକ ଫିଲ୍ମରେ ସେ ଅଭିନୟ କରିବାର ଦେଖିବାକୁ ମିଳିଛି । ସେ ଜଣେ ଶାନ୍ତ, ନର୍ମ ବ୍ୟକ୍ତି ଭାବେ ଖୁବ ଜଣାଶୁଣା । ୨୦୦୫ ମସିହାରେ ମହେଶ ନାୟିକା ନର୍ମତା ଶିରୋଦକରଙ୍କୁ ବିବାହ କରିଥିଲେ ଏବଂ ସିତାରା ଓ ଗୈାତମ ତାଙ୍କର ଦୁଇ ସନ୍ତାନ ।

ମହେଶ ବାବୁ ତାଙ୍କ ଅଭିନୀତ କ୍ୟାରିଅର ଭିତରେ କୈାଣସି ପ୍ରକାର ବିବାଦରେ ଜଡିତ ନାହାନ୍ତି ବୋଲି ସୂଚନା ମିଳିଛି । ଏଥିଯୋଗୁ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥାଏ । ତେବେ ନିକଟରେ ମହେଶଙ୍କ ଅଭିନୀତ ଫିଲ୍ମ ଶ୍ରୀମାନଥୁଡୁ ବକ୍ସ ଅଫିସରେ ହିଟ୍ ହୋଇଛି । ତାଙ୍କ ସହିତ ଫିଲ୍ମରେ ହର୍ଷ ବର୍ଦ୍ଦନ ଓ ଶୃତି ହାସନଙ୍କୁ ଦେଖିବାକୁ ମିଳିଥିଲା । ଏହିପରି ଭାବେ ମହେଶ ଗୋଟେ ପରେ ଗୋଟେ ସୁପର ଡୁପର ହିଟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଚାଲିଛନ୍ତି । ଆଜି ଏହି କଳାକାରଙ୍କ ଜନ୍ମ ଦିନ ଅବସରରେ ତାଙ୍କ ଫ୍ୟାନ୍ସଙ୍କ ଗହଣରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ଏବଂ ଏହାସହ ଅନ୍ୟ କଳାକାରମାନେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More