Only for Entertainment

Happy Birthday Priyanka Chopra: ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନାମ କମାଇଥିବା ଦେଶୀ ଗର୍ଲ ପ୍ରିୟଙ୍କାଙ୍କ ସହିତ ଜଡିତ ଏହି ୫ ଟି ସଫଳତା ତାଙ୍କୁ ବନାଇଛି ସବୁଠାରୁ ଭିନ୍ନ

google
36

ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି ନିଜର ୩୭ ତମ ଜନ୍ମ ଦିନ ପାଳନ କରୁଛନ୍ତି । ଜଣେ ସାଧାରଣ ଝିଅରୁ ମିସ ଇଣ୍ଡିଆର ଯାତ୍ରା ଏହା ପରେ ବଲିଉଡ ଏବଂ ହଲିଉଡରେ ଛାଇଥିବା ପ୍ରିୟଙ୍କା ଏକ ଗ୍ଲୋବାଲ ଆଇକନ ପାଲଟିଛନ୍ତି । କିଛି ଦିନରୁ ପ୍ରିୟଙ୍କାଙ୍କ ପରିଚୟ ଗ୍ଲୋଗାଲ ପ୍ଲାଟର୍ଫମରେ ଅଧିକ ବଢିବାରେ ଲାଗିଛି । ଆଜି ପ୍ରିୟଙ୍କାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କର ୫ଟି ସଫଳତା ବିଷ ୟରେ ଯାହା ତାଙ୍କୁ ବାକି ଷ୍ଟାର୍ସଙ୍କ ଠାରୁ ଅଲଗା କରିଥାଏ ।

ମିସ ୱାର୍ଲ୍ଡ ଟାଇଟଲ-
୧୮ ଜୁଲାଇ ୧୯୮୨ରେ ଜମଶେଦପୁରରେ ଜନ୍ମ ହୋଇଥିବା ପ୍ରିୟଙ୍କା ବରେଲୀର ଆର୍ମି ପବ୍ଲିକ ସ୍କୁଲରେ ନିଜର ପଢା ପୁରା କରିଥିଲେ । ପ୍ରିୟଙ୍କା ଛୋଟ ସହରରେ ଜନ୍ମ ହୋଇମଧ୍ୟ କିଛି ବଡ କରିବା ପାଇଁ ସର୍ବଦା ଚାହୁଁଥିଲେ । ଏହି କାରଣରୁ ମଡଲିଂରେ ଆଗ୍ରହ ଥିବା ପ୍ରିୟଙ୍କା ୨୦୦୦ରେ ମିସ ୱାର୍ଲ୍ଡର ଟାଇଟଲ ନିଜ ନାମରେ କରିଥିଲେ ।

 

View this post on Instagram

 

Under the Tuscan ☀️ #teampixel ?: @nickjonas

A post shared by Priyanka Chopra Jonas (@priyankachopra) on

ନ୍ୟାସନାଲ ଆୱାର୍ଡ-
ମିସ୍ ୱାର୍ଲ୍ଡ ଟାଇଟଲ ଜିତିବା ପରେ ପ୍ରିୟଙ୍କାଙ୍କ ପାଇଁ ବଲିଉଡରେ ଏଣ୍ଟ୍ରି କରିବା ଖୁବ ସହଜ ହୋଇଯାଇଥିଲା । ଫିଲ୍ମ ଦୁନିଆରେ ପ୍ରବେଶ କରିବା ପରେ ପ୍ରିୟଙ୍କା ନିଜ ଅଭିନୟ ବଳରେ ଅନେକ ଆୱାର୍ଡ ନିଜ ନାମରେ କରିଥିଲେ । ଫିଲ୍ମ ଫ୍ୟାଶନ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ସମ୍ମାନ ମିଳିଥିଲା ।

ହଲିଉଡରେ ପ୍ରବେଶ-
ବଲିଉଡରେ ପ୍ରିୟଙ୍କା ଦେଶୀ ଗର୍ଲ ନାମରେ ବେଶ ପରିଚିତ । କିନ୍ତୁ ପ୍ରିୟଙ୍କା କେବଳ ଦେଶରେ ସିମୀତ ହୋଇ ରହିବାକୁ ଚାହୁଁନଥିଲେ । ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ତାଙ୍କର ସ୍ୱପ୍ନ ଥିଲା । ଏହି କାରଣ ପାଇଁ ପ୍ରିୟଙ୍କା ୨୦୧୫ରେ ଏବିସିର ଚର୍ଚ୍ଚିତ ଶୋ’ କ୍ୱାଣ୍ଟିକୋରେ ନଜର ଆସିଥିଲେ । ଏହା ପରେ ପ୍ରୟଙ୍କା ହଲିଉଡରେ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ କରିଥିଲେ ।

ମ୍ୟୁଜିକ କ୍ୟାରିଅର-
ପ୍ରିୟଙ୍କା ଯେତିକି ସୁନ୍ଦର ତାଙ୍କର ଭଏସ ମଧ୍ୟ ସେତିକି ମଧୁର । ପ୍ରିୟଙ୍କା ଅଭିନୟ ବ୍ୟତିତ ମ୍ୟୁଜିକରେ ମଧ୍ୟ ନିଜକୁ ମଉକା ଦେଇଥିଲେ । ଇନ ମାଇଁ ସିଟି ଅଲବମ ଜରିଆରେ ସେ ମ୍ୟୁଜିକ ଦୁନିଆରେ ପାଦ ରଖିଥିଲେ । ଏହି ଆଲବମ ଖୁବ ଲୋକପ୍ରିୟ ହୋଇଥିଲା । ପ୍ରରଥମ ସପ୍ତାହରେ ଏହି ଆଲବମର ୧୩୦,୦୦୦ କପି ବିକ୍ରି ହୋଇଥିଲା । ଏହା ପରେ ସେ ଏକ୍ସୋଟିକ ଏବଂ ଆଇ କାଣ୍ଟ ମେକ ୟୁ ଲଭ ମିରେ ମଧ୍ୟ ଲୋକଙ୍କ ହୃଦୟ ଜିତିଥିଲେ ।

 

View this post on Instagram

 

The truth is quite simple…the future of this world lies in the hands of the children of today. But the harsh reality is that there is an entire generation of innocent children growing up right now without any prospects for thier future…these children are affected by displacement due to serious conflict and emergencies in thier various regions. When families are forced to leave their homes due to violence, persecution, and natural disasters, they are torn apart and it’s the children that end up suffering the most. The numbers are staggering, yes…but we have to continue to stand for them, in whatever capacity we can as individuals. They are the future and we need to help. Join me and @unicef by clicking the link in my bio to help keep refugee children safe. #AChildIsAChild #WorldRefugeeDay

A post shared by Priyanka Chopra Jonas (@priyankachopra) on


ୟୁନିସେଫର ଗୁଡୱିଲ ଆମ୍ବାସାଡର-
ପ୍ରିୟଙ୍କା ଚୋପ୍ରା ଗ୍ଲାମର ଦୁନିଆ ସହିତ ସୋସିଆଲ କାମରେ ମଧ୍ୟ ଖୁବ ଆକ୍ଟିଭ ରହିଥାନ୍ତି । ସେଥିପାଇଁ ୟୁନିସେଫ ତାଙ୍କୁ ଗୁଡୱିଲ ଆମ୍ବାସାଡର ଭାବେ ନିୟୋଜିତ କରିଛନ୍ତି । ସେ ୨୦୧୦ରେ ୟୁନିସେଫ ସହିତ ଯୋଡି ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More