Only for Entertainment

Birthday Special : ଋଷି କପୁରଙ୍କ ଏହି ଫିଲ୍ମର ଦିୱାନା ଥିଲା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ

google
45

ବଲିଉଡ ଅଭିନେତା ଋଷି କପୁର ଆଜି ନିଜର ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଥିବା ଋଷି କପୁର ଏବେ ନ୍ୟୁୟର୍କରେ ନିଜର ଚିକିତ୍ସା କରାଉଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲଥିବା ଜଣାପଡିଛି ଏବଂ ସେ ଖୁବ ଶୀଘ୍ର ଭାରତ ଫେରିପାରନ୍ତି ବୋଲି ଆଶା କରାଯାଉଛି । ଋଷି କପୁରଙ୍କ ଫ୍ୟାନ ଫେଲୋଇଙ୍ଗ ଖୁବ ଅଧିକ ଏବଂ ଲୋକେ ତାଙ୍କୁ ଖୁବ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ମଧ୍ୟ ଋଷି କପୁରଙ୍କ ବହୁତ ବଡ ଫ୍ୟାନ୍ ।

ଏହାର ଖୁଲାସା ଖୋଦ ଋଷି କପୁର ନିଜର ବାୟୋଗ୍ରାଫି ‘ଖୁଲ୍ଲମ ଖୁଲ୍ଲା’ରେ କରିଛନ୍ତି । ଏହି ବାୟୋଗ୍ରାଫିରେ ଋଷି କପୁର କହିଛନ୍ତି ଦାଉଦଙ୍କ ସହିତ ତାଙ୍କର ସାକ୍ଷାତ ନ୧୯୮୮ରେ ଦୁବାଇରେ ହୋଇଥିଲା । କିନ୍ତୁ ସେ ସେତେବେଳେ ମାତ୍ର ଜଣେ ଗ୍ୟାଙ୍ଗଷ୍ଟାର ଥିଲା । ୧୯୯୩ରେ ହୋଇଥିବା ମୁମ୍ବାଇ ବ୍ଲାଷ୍ଟ ପରେ ଦାଉଦ ଭାରତ ପାଇଁ ବିପଦ ପାଲଟିଗଲା । ଋଷି କପୁର ନିଜ ବହିରେ ଲେଖିଛନ୍ତି, ୧୯୮୮ରେ ମୁଁ ମୋର ବନ୍ଧୁ ବିଟ୍ଟୁ ଆନନ୍ଦଙ୍କ ସହିତ ଦୁବାଇ ଯାଇଥିଲି ।

 

 

View this post on Instagram

 

Mr Kapoor s autobiography khullam khulla releasing 15th Jan !! ?❤️️??

A post shared by neetu Kapoor. Fightingfyt (@neetu54) on

ଏୟାରପୋର୍ଟରୁ ବାହାରିବା ସମୟରେ ଜଣେ ଅଜଣା ବ୍ୟକ୍ତି ମୋ ପାଖରେ ପହଁଚିଥିଲା ଏବଂ ମୋତେ ଫୋନ ଧରାଇ କହିଥିଲା ଦାଉଦ ସାହାବ ତୁମ ସହିତ କଥା ହେବେ । ସେତେବେଳେ ସେ ମୋ ହାଲଚାଲ ପଚାରିବା ସହିତ ଦରକାର ସମୟରେ ସାହାଯ୍ୟ କରିବା କଥା କହିଥିଲେ ।

ଋଷି କପୁର ଆହୁରି କହିଥିଲେ କିଛି ସମୟ ପରେ ଦାଉଦର ଡାହାଣ ହାତ ବାବା ତାଙ୍କୁ କହିଥିଲା ଦାଉଦ ତୁମ ସହିତ ଚା ପିଇବାକୁ ଚାହାଁନ୍ତି । ଏହା ପରେ ଋଷି କପୁର ତାଙ୍କ ସହିତ ଦେଖିକରିବା ପାଇଁ ଯାଇଥିଲେ ମାତ୍ର ସେ ସେତେବେଳେ ଖୁବ ଡରି ଯାଇଥିଲେ । କିନ୍ତୁ ଦେଖାକରିବା ପରେ ସେ ଟିକେ ରିଲାକ୍ସ ହୋଇଥିଲେ । ଦାଉଦ ତାଙ୍କୁ କହିଥିଲେ ‘ତୱାୟଫ’ ଫିଲ୍ମ ତାଙ୍କର ଖୁବ ପସନ୍ଦ । କାରଣ ଏହି ଫିଲ୍ମରେ ଋଷିଙ୍କ ନାମ ଦାଉଦ ଥିଲା । ଏହା ସହିତ ଦାଉଦ ଋଷିଙ୍କୁ କହିଥିଲେ, ରାଜକୁମାର, ଶମୀ କପୁର, ଶଶୀ କପୁର ସହିତ ଦିଲ୍ଲୀପ କୁମାର ତାଙ୍କର ପ୍ରିୟ ଅଭିନେତା । କିନ୍ତୁ ସେ ସମୟରେ ଋଷିଙ୍କୁ ଜଣାନଥିଲା ଯେ ଦାଉଦ ଆଗକୁ ଯାଇ ଭାରତ ବିରୋଧରେ ଷଡଯନ୍ତ୍ର କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More