Only for Entertainment

କ୍ୟାରିଅରର ଆରମ୍ଭରୁ କିଛି ଏଭଳି ଦେଖା ଯାଉଥିଲେ ଶିଳ୍ପା, ସର୍ଜରୀ ବଦଳାଇଲା ଲୁକ

VeryFilmi
71

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଆଜି ନିଜର ୪୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଶିଳ୍ପା ୮ ଜୁନ ୧୯୭୫ରେ ମଙ୍ଗଲୁରରେ ଜନ୍ମ ହୋଇଥିଲେ । ଶିଳ୍ପା ଏବେ ଫିଲ୍ମ ଠାରୁ ଦୂରରେ ଥିଲେ ମଧ୍ୟ ଆଜି ମଧ୍ୟ ଲୋକେ ତାଙ୍ଗୁ ପସନ୍ଦ କରୁଛନ୍ତି । ୪୪ ବର୍ଷ ବୟସରେ ସେ ଏତେ ଫିଟ ଅଛନ୍ତି ଯେ ଆଜି ବି ସେ ୨୫ ବର୍ଷ ପରି ଲାଗୁଛନ୍ତି । ଶିଳ୍ପା ନିଜର ଅଭିନୟ ବଳରେ ଲୋକଙ୍କ ପ୍ରିୟ ଅଭିନେତ୍ରୀ ହୋଇପାରିଛନ୍ତି ତା ସହିତ ତାଙ୍କର ଫିଗର, ସ୍ୱାସ୍ଥ୍ୟ ଏବଂ ଯୋଗ ପାଇଁ ପୂରା ଦୁନିଆରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।

shilpa

ଫିଲ୍ମ ଇଣ୍ଡଷ୍ଟ୍ରିରେ ଶିଳ୍ପା ଯେବେ ଏଣ୍ଟ୍ରି ନେଇଥିଲେ ସେତେବେଳେ ତାଙ୍କ ଲୁକ ଖୁବ ଅଲଗା ଥିଲା । ସେବେଠାରୁ ସେ ନିଜର ଲୁକ୍ସକୁ ନେଇ ଖୁବ ପରିଶ୍ରମ କରିଥିଲେ ।

ତେବେ କ୍ୟାରିଅରର ପ୍ରରମ୍ଭରେ କିଛି ଚଳଚ୍ଚିତ୍ରରେ କାମ କରିସାରିଲା ପରେ ଶିଳ୍ପା ତାଙ୍କ ଚେହେରା ଓ ଫିଗର୍ରେ କିଛି ପରିବର୍ତ୍ତନ ଆଣିବାକୁ ଅନୁଭବ କରିଥିଲେ। ଏହାପରେ ସେ ତାଙ୍କ ନାକକୁ ଠିକ୍ ଆକୃତି ଦେବା ପାଇଁ ଦୁଇ ଥର ସର୍ଜରି କରିଥିଲେ। ଆଉ ସର୍ଜରି ପରେ ସତକୁ ସତ ଦର୍ଶକ ତାଙ୍କୁ ଅଧିକ ପସନ୍ଦ କରିଥିଲେ।

ଏତଦ ବ୍ୟତୀତ ବଲିଉଡର ଏହି ଅଭିନେତ୍ରୀ ଜଣକ ମଧ୍ୟ ନିଜ ଫିଗରକୁ ଅଧିକ ଆକର୍ଷଣୀୟ ଲୁକ୍ ଦେବାପାଇଁ ନିୟମିତ ଯୋଗାଭ୍ୟାସର ବି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ବଲିଉଡର ଜଣେ ଟଲ୍,ଆଟ୍ରାକ୍ଟିଭ୍,ସେକ୍ସି ନାୟିକା ଭାବେ ଲୋକପ୍ରିୟତା ପାଇଥିଲେ।

ମଡେଲ୍ ଟର୍ଣ୍ଣଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବି-ଟାଉନ୍ର ଜଣେ ଜଣାଶୁଣା ନାୟିକା।ଅଭିନେତ୍ରୀ ଶିଳ୍ପା ୧୯୯୩ ମସିହାର ‘ବାଜିଗର୍’ଫିଲ୍ମ ଜରିଆରୁ ତାଙ୍କର ଅଭିନୟର କ୍ୟାରିଅର୍ ଆରମ୍ଭ କରିଥିବାବେଳେ,ଏପର‌୍ୟ୍ୟନ୍ତ ସେ ୪୦ଟି ହିନ୍ଦୀ,ତାଲିମ ଓ କନ୍ନଡ ଫିଲ୍ମରେ କାମ କରିସାରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More