ବନ୍ଧୁତ୍ୱ ଦିବସ ମଉକାରେ କାର୍ତ୍ତିକ ଆର୍ୟନ ଗାଇଲେ ଗୀତ, ଜଣାଇଲେ ବନ୍ଧୁତାର ଖାସ ଅର୍ଥ, ଦେଖନ୍ତୁ ଭିଡିଓ !
ବନ୍ଧୁଙ୍କୁ ବନ୍ଧୁତା’ର ଏହି ଖାସ ଦିନ ଯଦିଓ ବର୍ଷରେ ଥରେ ଆସେ, କିନ୍ତୁ ନିଜ ସହ ଅନେକ ଖୁସି ନେଇ ଆସିଥାଏ । ଏହି ଖାସ ମଉକାରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ମଧ୍ୟ ନିଜର ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ କାର୍ତ୍ତିକ ଆର୍ୟନ ଗୀତ ‘ତେରା ୟାର ହୁଁ ମେଁ’ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ସହ କାର୍ତ୍ତିକ ଭାବନାତ୍ମକ ମେସେଜ ମଧ୍ୟ ଶେୟାର କରିଛନ୍ତି ,ଯେଉଁଥିରେ ସେ ଫ୍ୟାନ୍ସମାନଙ୍କୁ ବନ୍ଧୁତାର ଅର୍ଥ ବୁଝାଇ ଶୁଭେଚ୍ଛା ଜଣାଇଛନ୍ତି ।
ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କାର୍ତ୍ତିକ ଲଭ ଆଜକଲ୨ରେ ଧମାଲ ମଚାଇବାକୁ ଯାଉଛନ୍ତି । ଏଥିରେ ତାଙ୍କ ସହ ନଜର ଆସିବେ ସାରା ଅଲୀ ଖାନ ।