Only for Entertainment

ହାପି ଫ୍ରେଣ୍ଡସିପ ଡେ : ଜାଣନ୍ତୁ କେବେ ଏବଂ କାହିଁକି ଆରମ୍ଭ ହୋଇଥିଲା ଏହି ଦିନଟି ।

OrissaPOST
0 37

ଆଜି ଫ୍ରେଣ୍ଡସିପ୍ ଡେ’ ବା ବନ୍ଧୁତ୍ୱ ଦିବସ। ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। ଦେଶ ବାହାରେ ମଧ୍ୟ ଏହି ଦିବସକୁ ବେଶ୍ ଜାକଜମକରେ ପାଳନ କରାଯାଉଛି। ଲୋକେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ, କାର୍ଡ, ଫୁଲ, ଓ ବିଭିନ୍ନ ପ୍ରକାର ଗିଫ୍ଟ ଦେଇ ବନ୍ଧୁକୁ ଫ୍ରେଣ୍ଡସିପ୍ ଡେ’ର ଶୁଭେଚ୍ଛା ଜଣାଉଛନ୍ତି। କେବଳ ଏବେ ନୁହେଁ ପୁରାଣ ଯୁଗରୁ ବନ୍ଧୁତାର ଉଦାହରଣ ଦେଖିବାକୁ ମିଳିଛି । ଏହାର ଉଦାହରଣ ହେଉଛନ୍ତି ସ୍ୱୟଂ ପ୍ରଭୂ ଶ୍ରୀକୃଷ୍ଣ ଏବଂ ସୁଦାମା । ତେବେ ଏଦି ଦିନ କାହିଁକି ପାଳନ କରାଯାଏ ଏବଂ କେବେ ଏହା ଆରମ୍ଭ ହେଲା ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା ।

ଫ୍ରେଣ୍ଡ୍‍ସିପ୍‍ ଡ଼େ’ ୧୯୩୫ ମସିହାରେ ଆରମ୍ଭ କରାଯାଇଥିଲା। ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧର ସମୟ ଥିଲା। ସେହି ସମୟରେ ବନ୍ଧୁତ୍ୱର ଭାବନା ସମସ୍ତଙ୍କ ମନରେ ଜାଗ୍ରତ କରାଇବା ଅତ୍ୟନ୍ତ ଆବଶ୍ୟକ ଥିଲା। ଯାହାଦ୍ୱାରା ଲୋକେ ପରସ୍ପର ଉପରେ ଭରସା କରିପାରିବେ।

happy-friendship-day 1

ଗୋଟିଏ ଦେଶ ଅନ୍ୟ ଦେଶ ସହ ଯୋଡ଼ି ହୋଇ ପାରିବ। ଜୀବନରେ ବନ୍ଧୁର ଆବଶ୍ୟକତାକୁ ବୁଝିବା ପାଇଁ ଓ ବନ୍ଧୁଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଆମେରିକା କଂଗ୍ରେସ ଗୋଟିଏ ଦିନକୁ ବନ୍ଧୁତ୍ୱର ଦିନ ବା ଫ୍ରେଣ୍ଡ୍‍ସିପ୍‍ ଡ଼େ’ ଭାବେ ପାଳନ କରିବାକୁ ଘୋଷଣା କଲେ।

ଆମେରିକା କଂଗ୍ରେସର ଏହି ଘୋଷଣା ପରେ ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଫ୍ରେଣ୍ଡ୍‍ସିପ୍‍ ଡ଼େ’ ପାଳନ ହେବା ଆରମ୍ଭ ହେଲା। ସେହିପରି ଭାରତରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡ୍‍ସିପ୍‍ ଡ଼େ’ ଭାବେ ପାଳନ କରାଯାଏ। ଏହିପରି ଭାବେ ଏହି ମହାନ ସମ୍ପର୍କର ଖ୍ୟାତି ବୃଦ୍ଧି ପାଇବାକୁ ଲାଗିଲା।

ଏହାର ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ଦେଖି ୟୁଏନ୍‍ ୧୯୯୭ରେ ‘ୱିନି ଦ ପୁହ’ ପ୍ରସିଦ୍ଧ କାର୍ଟୁନ୍‍ ଚରିତ୍ରକୁ ଫ୍ରେଣ୍ଡ୍‍ସିପ୍‍ ଡ଼େ’ ର ବ୍ରାଣ୍ଡ୍‍ ଆମ୍ବାସାଡ଼ର୍‍ କରାଇଥିଲେ । ଏହି ଦିନରେ ବନ୍ଧୁଙ୍କୁ ଉପହାର ଦିଆଯାଇ ଥାଏ, ପରସ୍ପରକୁ ଫ୍ରେଣ୍ଡ୍‍ସିପ୍‍ ବ୍ୟାଣ୍ଡ ବନ୍ଧାଯାଇ ଥାଏ। ସେହି ଉପହାର ସହ ବନ୍ଧୁତ୍ୱର ସ୍ମୃତି ଯୋଡ଼ି ହୋଇ ରହିଥାଏ। ସେହି ଉପହାରର ମୂଲ୍ୟ ନୁହେଁ ତା’ ଭିତରେ ଲୁକ୍କାୟିତ ଥିବା ଭାବନାକୁ ଦେଖା ଯାଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More