Only for Entertainment

ଆଜି ରଙ୍ଗର ପର୍ବ ହୋଲି ! ହୋଲି ଖେଳନ୍ତୁ କିନ୍ତୁ ସତର୍କତାର ସହ…

you tube
49

ଆଜି ରଙ୍ଗର ପର୍ବ ହୋଲି । ଭାଇଚାରା ଓ ସଦଭାବନାର ପର୍ବ । ପରସ୍ପର ମଧ୍ୟରେ ଖୁସି ବାଂଟିବାର ପର୍ବ ଏହି ରଙ୍ଗର ପର୍ବ । ରାଗ ଦ୍ୱେଷ ଭୁଲି ପରସ୍ପରକୁ ରଙ୍ଗ, ଅବିର ବୋଳି ଶୁଭେଛା ଜଣାଉଛନ୍ତି ସମସ୍ତେ । ତେବେ ୨ ଦିନ ଆଗରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ହୋଲି ଆରମ୍ଭ ହୋଇଯାଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ହର୍ବାଲ ହୋଲି ଖେଳାଯିବାର ସୂଚନା ମିଳିଛି । ସେହିପରି ରାଜ୍ୟର ବିଭିନ୍ନ ଅଂଚଳରେ ଆଜି ଦହିହାଣ୍ଡି ଭାଙ୍ଗି ହୋଲି ଖେଳର ମଜା ଲୁଟିବେ ଯୁବ ପୀଢି ।

ଅନ୍ୟ ପକ୍ଷରେ ସିଂହଦ୍ୱାର ସମ୍ମୁଖରେ ବିଦେଶୀ ଭକ୍ତ ମାନେ କୃଷ୍ଣନାମ ଜପ କରିବା ସହ ନିଜ ନିଜ ଭିତରେ ରଙ୍ଗ ବୋଳି ହୋଲି ପର୍ବ ପାଳନ କରିଛନ୍ତି । ଭକ୍ତ ଓ ଭଗବାନଙ୍କର ଏହି ପର୍ବକୁ ଖୁବ ଆନନ୍ଦର ସହ ପାଳନ କରିଛନ୍ତି ବିଦେଶୀ । ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଦିନ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ଅନ୍ୟପଟେ ତାଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୁଦେବୀ ଓ ଶ୍ରୀଦେବୀ ବିମାନରେ ଦୋଳବେଦୀରେ ଭକ୍ତଙ୍କ ସହ ଫଗୁ ଖେଳିଛନ୍ତି । ଆଉ ଏହି ପରମ୍ପରାକୁ ସାଉଁଟିଛନ୍ତି ବିଦେଶୀ ଭକ୍ତ ।

  • ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଓ ଫଗୁ ବୋଳି ଖୁସି ମନେଇବା ଅବସର । ତେବେ ହୋଲି ଖେଳିବା ବେଳେ ସତର୍କ ରୁହନ୍ତୁ ।
  • ହୋଲି ଖେଳିବା ବେଳେ କେବଳ ପ୍ରାକୃତିକ ରଙ୍ଗ ଓ ଫଗୁ ବ୍ୟବହାର କରନ୍ତୁ ।
  • ରାସାୟନିକ ରଙ୍ଗ ମାରାତ୍ମକ ହୋଇଥାଏ । ତେଣୁ ରାସାୟନିକ ରଙ୍ଗଠାରୁ ଦୂରେଇ ରୁହନ୍ତୁ ।
  • ହୋଲି ଖେଳିବାବେଳେ ଆଖିର ଯତ୍ମ ନିଅନ୍ତୁ । ରଙ୍ଗ ଖେଳିବା ପୂର୍ବରୁ ଦେହରେ ସ୍କିନ କ୍ରିମ, ନଡିଆତେଲ କିମ୍ବା ସନସ୍କିନ ଲୋଶନ ବ୍ୟବହାର କରନ୍ତୁ ।
  • ଆଖିରେ ରଙ୍ଗ ଭର୍ତ୍ତି ବେଲୁନ ମାଡ ହେଲେ ସାଙ୍ଗେ ସାଙ୍ଗେ ଆଖିରେ ପାଣିରେ ଧୋଇଦିଅନ୍ତୁ ।
  • ଆଖି ଜଳାପୋଡା ହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ ।
  • ରଙ୍ଗ ଛଡାଇବା ଲାଗି ଶରୀରକୁ ସାବୁନ କିମ୍ବା କିରୋସିନିରେ ଧୁଅନ୍ତୁ ନାହିଁ ।
  • ହାଲକା ସ୍କ୍ରିନ କ୍ରିମ ବ୍ୟବହାର କରି ଧୀରେ ଧୀରେ ରଙ୍ଗ ଲାଗିଥିବା ସ୍ଥାନକୁ ଘଷନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More