Only for Entertainment

ଏହି ଝିଅର ବୋଲିଂ ଷ୍ଟାଇଲ ଲୋକଙ୍କୁ କଲା ପ୍ରଭାବିତ, କ୍ରିକେଟର ନାମୀଦାମୀ ଖେଳାଳୀଙ୍କ ସହ ଲୋକେ କଲେ ତୂଳନା !

30

ପ୍ରତ୍ୟେକ ଲୋକେ ନିଜ ନିଜର ରୋଲ୍ ମଡେଲଙ୍କଠାରୁ ପ୍ରେରିତ ହୋଇ ତାଙ୍କରି ଭଳି ବନିବାକୁ ସର୍ବଦା ଚେଷ୍ଟା କରିଥାଆନ୍ତି। ଏହି ଚେଷ୍ଟା ଦିନେ ନା ଦିନେ ସେମାନଙ୍କୁ ଲୋକଲୋଚନକୁ ନେଇ ଆସିଥାଏ। ଏମିତି ଏକ ଘଟଣା ଜଣେ ଝିଅ କ୍ଷେତ୍ରରେ ଘଟିଛି।

ଉକ୍ତ ଝିଅର କ୍ରିକେଟ ପ୍ରତି ଖୁବ୍‌ ଦୁର୍ବଳତା ରହିଛି। ଏହି ଝିଅର ବୋଲିଂ ଷ୍ଟାଇଲ ଲୋକମାନଙ୍କୁ ପ୍ରଭାବିତ କରିଛି। କେବଳ ଏତିକି ନୁହେଁ, କ୍ରିକେଟରରୁ କମେଣ୍ଟର ବନିଥିବା ଆକାଶ ଚୋପ୍ରା ବି ଏହି ଝିଅର ବୋଲିଂ ଶୈଳୀ ଦେଖି ଖୁବ୍‌ ପ୍ରଭାବିତ ହୋଇଥିଲେ ଏବଂ ଝିଅ ବୋଲିଂ କରୁଥିବାର ଏହି ଭିଡିଓକୁ ସେ ଟୁଇଟରରେ ଅକ୍ଟୋବର ୨୩ରେ ସେୟାର କରିଥିଲେ।

ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ, ଝିଅଟିଏ ଖେଳାଳି ହରଭଜନ ସିଂହ ଓ ଜସପ୍ରୀତ ବୁମରାଙ୍କ ବଲିଂ ଶୈଳୀକୁ ନକଲ କରି ଖୁବ୍‌ ଚମତ୍କାର ଭାବେ ବୋଲିଂ କରୁଥିବା ପ୍ରତିକ୍ରିୟା ଦେଇଛନ୍ତି। ଝିଅଟି ବି ଭଜ୍ଜିଙ୍କର ଜଣେ ବଡ଼ ପ୍ରଶଂସକ । ସୋସିଆଲ ମିଡିଆ ବ୍ୟବହାରକାରୀ ବି ଝିଅର ଏହି ବୋଲିଂ ଶୈଳୀକୁ ଦେଖି ପ୍ରଭାବିତ ହୋଇପଡ଼ିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More