Only for Entertainment

ଏହି ଅଭିନେତ୍ରୀଙ୍କ ସହିତ ସମ୍ପର୍କରେ ବାନ୍ଧି ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

you tube
52

ନୂଆ ବର୍ଷରେ ନିଜ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ସେ ନିଜର ବାନ୍ଧବୀ ସର୍ବିଆନ୍ ଅଭିନେତ୍ରୀ ନତାଶା ଷ୍ଟାଙ୍କୋବିକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିବା କଥା ଘୋଷଣା କରିଛନ୍ତି। ନାତାଶାଙ୍କୁ ହୀରା ମୁଦି ପିନ୍ଧାଇ ସେ ବିବାହର ପ୍ରଥମ ପାହାଚରେ ପାଦ ରଖିଛନ୍ତି । ଏହା ସହ ନିଜ ଜୀବନସାଥୀ ବାଛିଥିବା ଖବର ସେ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି । ବେଶ ରୋମାଣ୍ଟିକ ଶୈଳୀରେ ବିବାହ ପାଇଁ ପ୍ରସ୍ତାବ ଦେଉଥିବାର କିଛି ଫଟୋ ଓ ଭିଡିଓକୁ ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ନିଜ ପୋଷ୍ଟରେ ହିନ୍ଦୀ ଗୀତ ‘ତୁ ମେରି.. ମେଁ ତେରା.. ଜାନେ ସାରା ହିନ୍ଦୁସ୍ତାନ..’ ଲେଖି ଫଟୋଗୁଡ଼ିକୁ ସେୟାର କରିଛନ୍ତି ହାର୍ଦ୍ଦିକ। ବେଶ କିଛି ଦିନ ଧରି ହାର୍ଦ୍ଦିକ ଓ ନତାଶାଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ନୂଆ ବର୍ଷରେ ଦୁହେଁ ନିବର୍ନ୍ଧ କରି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

 

 

View this post on Instagram

 

Mai tera, Tu meri jaane, saara Hindustan. 👫💍 01.01.2020 ❤️ #engaged

A post shared by Hardik Pandya (@hardikpandya93) on

ଦୁହେଁ ଦୁବାଇରେ ଛୁଟି କଟାଇବାକୁ ଯାଇଥିବାବେଳେ, ସେଠାରେ ବେଶ ରୋମାଣ୍ଟିକ ଅନ୍ଦାଜରେ ପ୍ରେମିକା ନତାଶାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ହାର୍ଦ୍ଦିକ। ଏକ ବୋଟରେ ଯାତ୍ରା କରୁଥିବା ବେଳେ ହାର୍ଦ୍ଦିକ ନତାଶାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ବୋଲି ଜଣାପଡ଼ିଛି।

ନତାଶାଙ୍କୁ ଶେଷଥର ପାଇଁ ବଲିଉଡ ଫିଲ୍ମ ‘ଦ ବଡି’ର ଏକ ଗୀତରେ ଦେଖିବାକୁ ମିଳିଥିଲା। ଇମରାନ ହାସମୀ ଓ ଋଷି କପୁରଙ୍କ ଅଭିନୀତ ଏହି ଗୀତରେ ନଜର ଆସିଥିଲେ ନତାଶା। ଏହାପୂର୍ବରୁ ନିଜର ପୂର୍ବତନ ବୟଫ୍ରେଣ୍ଡ ଏଲ ଗୋନିଙ୍କ ସହ ‘ନାଚ ବଲିୟେ’ କାର୍ଯ୍ୟକ୍ରମରେ ଭାଗ ନେଇ ଫାଇନାଲ ପର୍ଯ୍ୟନ୍ତ ଯାଇଥିଲେ ନତାଶା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More