Only for Entertainment

ଭାଇରାଲ ହେଲା କୁନାଲ ଓ ହାର୍ଦିକ ପାଣ୍ଡ୍ୟାଙ୍କ ଭଏସରେ ‘କୋଲାବେରି ଡି’ ! ଦେଖନ୍ତୁ ଭିଡିଓ

latestly
102

କ୍ରିକେଟର ହାର୍ଦିକ ପାଣ୍ଡ୍ୟା ପୁଣିଥରେ ସୋସିଆଲ ମିଡିଆରେ ଛାଇ ରହିଛନ୍ତି । କିନ୍ତୁ ଏଥର କୌଣସି ବିବାଦ ପାଇଁ ନୁହେଁ ବରଂ ତାଙ୍କର ଏକ ମଜାଦାର ଭିଡିଓ ପାଇଁ । ହାର୍ଦିକଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ହାର୍ଦିକ ନିଜ ଭାଇ କୁନାଲଙ୍କ ସହିତ ମିଶି ସାଉଥ ସୁପରଷ୍ଟାର ଧନୁଷଙ୍କ ଲୋକପ୍ରିୟ ଗୀତ ‘କୋଲାବେରୀ ଡି’ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ‘କୋଲାବେରି ଡି’ ନିର୍ଦ୍ଦେଶକ ଅନିରୁଦ୍ଦ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ମଜାଦାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରିଥିବାର ଦେଖିବାକୁ ମିଳିଛି ।

 

୨୦୧୨ ମସିହାରେ ରିଲିଜ ହୋଇଥିବା ସାଉଥ ଷ୍ଟାର ଧନୁଷଙ୍କ ଗୀତରେ ‘କୋଲାବେରି ଡି’ ଏପର୍ଯ୍ୟନ୍ତ ବି ଶ୍ରେତାଙ୍କ ଲୋକପ୍ରିୟ ହୋଇରହିଛି । ସଂଗୀତ ନିର୍ଦ୍ଦେଶକ ଅନିରୁଦ୍ଦ ଏହି ଗୀତର ନିର୍ଦ୍ଦେଶନା ଦେଇଥିଲେ ।

ଏହି ବର୍ଷ ଏହି ଦୁଇ କ୍ରିକେଟରଙ୍କ ଟିମ ମୁମ୍ବାଇ ଇଣ୍ଡିଆନ ଆଇପିଏଲରେ ବିଜେତା ହୋଇଛି । କୁନାଲଙ୍କୁ ଟି-୨୦ ସିରିଜରେ ଦେଖିବାକୁ ମିଳିଥିଲା ଓ ତାସହ ସେ ମ୍ୟାନ ଅଫ୍ ଦି ସିରିଜର ବିଜେତା ମଧ୍ୟ ରହିଛନ୍ତି । ନିକଟରେ ହାର୍ଦିକ “କଫି ଉଇଥ୍ କରନ” ଶୋ’ରେ ଆସି ବିବାଦର ଶିକାର ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More