Only for Entertainment

ଖୁବ ଶୀଘ୍ର ରଣବୀର ସିଂଷ୍ଟାରର ଫିଲ୍ମରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ଏହି ପଂଜାବୀ ସିଙ୍ଗର !

34

ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ହାର୍ଟଥ୍ରୋବ ପଂଜାବୀ ସିଙ୍ଗର ହାର୍ଡି ସାନ୍ଧୁ ଏବଂ ଆପଣ ତ ଜାଣିଥିବେ ଆକ୍ଟିଂ କରିବା କାହାକୁ ପସନ୍ଦ ନୁହେଁ । ହାର୍ଡି ସାନ୍ଧୁ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ଅଭିନେତା ରଣବୀର ସିଂଙ୍କ ଆଗାମୀ ଫିଲ୍ମ ‘୮୩’ରେ । ଏହି ଫିଲ୍ମରେ କ୍ରିକେଟର କପିଲ ଦେବଙ୍କ କାହାଣୀକୁ ନେଇ ପର୍ଯବେଷିତ । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଫେମସ ନିର୍ଦ୍ଦେଶକ କବୀର ଖାନ । ଯିଏ ବଜରଙ୍ଗୀ ଭାଈଜାନ, କାବୁଲ ଏକ୍ସପ୍ରେସ ଏବଂ ଏକ ଥା ଟାଇଗର ରେ ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି । ଏହି ସିଙ୍ଗରଙ୍କ ଭୂମିକା ମୁଖ୍ୟ ରହିଛି, ଯିଏ କି ସବୁବେଳେ ଆଶା ରଖିଛି ଗୋଟେ ପ୍ରଫେସନାଲ କ୍ରିକେଟର ହେବାକୁ । ହାର୍ଡି ସାନ୍ଧୁ ଏହି ଫିଲ୍ମରେ ଅଭିନୟ କରିବାକୁ ଖୁବ ଖୁସି ଜାହିର କରିଛନ୍ତି ।

ଆପଣ ହାର୍ଡି ସାନ୍ଧୁଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବୋଧ ହୁଏ ଜାଣି ନଥିବେ । ଏହି ଷ୍ଟାର ଜଣକ ୨୦୦୬ରେ ଅଣ୍ଡର-୧୯ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ , କିନ୍ତୁ କିଛି ଦୁର୍ଘଟଣା କାରଣରୁ ସେ ଦ୍ୱିତୀୟ କ୍ୟାରିଅର ଗୀତକୁ ବାଛିଥିଲେ ।
ଏଠାରେ ଆମେ କହି ରଖୁଛୁ ଯେ ହାର୍ଡି ୮୩’ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି , ମାତ୍ର ସେ ଆଗରୁ କିଛି ପଂଜାବୀ ଫିଲ୍ମରେ ଅଭିନୟ କରିଛନ୍ତି । ଯେପରିକି ୟାରା ଦା କେଚଅପ, ମାହି ଏନଆରଆଇ ଏହିଭଳି ଅନେକ ।

ବଲିଉଡରେ ନିଜର ଏଂଟ୍ରିକୁ ନେଇ ଉତ୍ସାହିତ ଥିବା ହାର୍ଡି କହିଛନ୍ତି ଯେ ଜଣେ ଭଲ ଗାୟକ ନିଜର ଅଭିନୟକୁ ଭଲଭାବେ ଏକ୍ସପ୍ରେସ କରିପାରେ ଏବଂ ସେ ରଣବୀର ଏବଂ କବୀର ଖାନଙ୍କ ଫିଲ୍ମ ଯାହାକି ଭାରତୀୟ କ୍ରିକେଟକୁ ପ୍ରତିନିଧିତ୍ୱ କରୁଛିରେ ଅଭିନୟ କରିବାକୁ ବେଶ ଉତ୍ସାହିତ । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଅପ୍ରେଲ ୧୦, ୨୦୨୦ରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More