Only for Entertainment

‘ଭାବେଶ ଜୋଶୀ ସୁପରହିରୋ’ର ପ୍ରଥମ ଗୀତ ରିଲିଜ, ଦେଖିବାକୁ ମିଳିଲା ଅର୍ଜୁନ କପୁରଙ୍କ ଭିନ୍ନ ଅନ୍ଦାଜ

zee news
0 49

ବଲିଉଡ ଅଭିନେତା ହର୍ଷବଦ୍ଧନ କପୁର ଖୁବ ଶୀଘ୍ର ଫିଲ୍ମ ‘ଭାବେଶ ଜୋଶୀ ସୁପରହିରୋ’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କୁ ଏକ ରିୟଲ ଲାଇଫ ସୁପରହିରୋ ଭୂମିକାରେ ଦେଖିବାକୁ ମିଳିବ । ହର୍ଷବଦ୍ଧନ ନିଜର ଦ୍ୱିତୀୟ ଫିଲ୍ମକୁ ନେଇ ଖୁବ ଏକ୍ସାଇଟେଡ ଅଛନ୍ତି ଏହା ସହିତ ଫିଲ୍ମର ପ୍ରମୋଶନରେ ମଧ୍ୟ ଜୋରସୋରରେ କରୁଛନ୍ତି ।

ନିକଟରେ ଫିଲ୍ମର ପ୍ରଥମ ଗୀତ ‘ଚୱନପ୍ରାସ’ ରିଲିଜ ହୋଇଛି । ଫିଲ୍ମର ଏହି ଗୀତରେ ହର୍ଷବଦ୍ଧନ ଭାଇ ଅର୍ଜୁନଙ୍କ ସହିତ ନଜର ଆସିଛନ୍ତି । ଅର୍ଜୁନ ପ୍ରଥମଥର ପାଇଁ କୌଣସି ଫିଲ୍ମର ଗୀତରେ ସ୍ପେଶାଲ ଆପିୟରାନ୍ସ ଦେଇଛନ୍ତି । ଫିଲ୍ମର ଏହି ଗୀତରେ ଅର୍ଜୁନଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । ଫିଲ୍ମରେ ଅର୍ଜୁନ ନିଜର ଲୁକକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।


‘ଭାବେଶ ଜୋଶୀ ସୁପରହିରୋ’ ଫିଲ୍ମର କାହାଣୀ ବିଷୟରକେ କହିବାକୁ ଗଲେ ପିଲ୍ମ ୩ ଜଣଙ୍କ ବନ୍ଧୁଙ୍କ ଉପରେ ଆଧାରିତ । ସେମାନଙ୍କ ମଧ୍ୟରୁ ଜଣେ ଭଷ୍ଟାଚାର ବିରୋଧରେ ପୁସ୍ତକ ଲେଖିଥାଏ । ଏବଂ ଏହାପରେ ସେମାନେ ଭଷ୍ଟାଚାର ବିରୋଧରେ ସ୍ୱର ଉଠାଇବା ଆରମ୍ଭ କରିଥାନ୍ତି । ଏହାକୁ ନେଇ କିଛି ଲୋକ ସେମାନଙ୍କୁ ଶତୃ ହୋଇଯାଆନ୍ତି । ଏହାପରେ କାହଣୀରେ ଭିନ୍ନ ମୋଡ ଆସିଥାଏ । ଫିଲ୍ମ ୨୫ ମଇକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More