Only for Entertainment

ଭାରତ ସ୍ୱାଧୀନ ହେବା ୭୦ବର୍ଷ ପରେ ମଧ୍ୟ ଏହି ସ୍ଥାନ ରେ ଉଡ଼ିନାହିଁ ଜାତୀୟ ପତାକା !

cultureindia
0 46

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଉ । କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକେ ଆଜିବି ନିଜକୁ ପରାଧୀନ ବୋଲି ମନେ କରନ୍ତି। ଏମାନେ ଆଜି ମଧ୍ୟ ଗୋଲାମ ଭଳି ରହୁଛନ୍ତି।

ହରିୟାଣାର ରୋହନାତ ଗାଁରେ ସ୍ବାଧୀନତାର ୭୦ ବର୍ଷ ପର୍ଯ୍ୟନ୍ତ ଜାତୀୟ ପତାକା ନ ଉଡିବା ଆଶ୍ଚର୍ଯ୍ୟର ଘଟଣା। କେବଳ ସେତିକି ନୁହେଁ, ପାଖାପାଖି ୪ହଜାର ୨ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ସ୍ବାଧୀନତା ସହ ଯୋଡିହୋଇ ରହିଥିବା କୌଣସି ପର୍ବ ପାଳନ କରାଯାଇ ନ ଥାଏ। ଖାଲି ସ୍ବାଧୀନତା ଦିବସ ନୁହେଁ,ଏଠାରେ ସାଧାରଣତନ୍ତ୍ର ଦିବସ ମଧ୍ୟ ପାଳନ କରାଯାଇ ନ ଥାଏ। ଇତିହାସ କହେ ଇଂରେଜମାନେ ଏଠାରେ ଜାଲିଆନାଓ୍ବାଲାବାଗ ଭଳି ନରସଂହାର କରିବା ସହ ୧୮୫୭ କ୍ରାନ୍ତିରେ ଯେଉଁମାନେ ଅଂଶ ଗ୍ରହଣ କରିଥିଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହାସହ ଗାଁରେ ତୋପ ଚଳାଇ ଅନେକଙ୍କୁ ମାରିଦେବା ସହ କେତେକଙ୍କୁ ରୋଲର ଚଢାଇ ଇଂରେଜମାନେ ମାରି ଦେଇଥିବା କୁହାଯାଏ।

ଏମିତି ପରିସ୍ଥିତିରେ ଅନେକ ମହିଳା କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ମଧ୍ୟ ଇତିହାସରେ ବର୍ଣ୍ଣନା କରାଯାଇଛି। ଏମିତି ସବୁ ଘଟଣା ଇତିହାସ ପୃଷ୍ଠାରୁ ତଥା ବୟସ୍କ ବ୍ୟକ୍ତିମାନଙ୍କଠାରୁ ଶୁଣିବା ପରେ ଆଜିବି ରୋହନାତ ଗାଁର ଲୋକେ ନିଜକୁ ଗୋଲାମ ବୋଲି ଭାବି ଗାଁରେ ଜାତୀୟ ପତାକା ଉଡାଉ ନ ଥିଲେ। ଏବେ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁର ଉନ୍ନତୀକରଣ କରାଯାଇଥିବା ବେଳେ ଗାଁ ଲୋକେ ଧୀରେ ଧୀରେ ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରାଯାଉଛି।

କାରଣ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଏଠି ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା କେତେଜଣ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ତେଣୁ ଆସନ୍ତା ସ୍ବାଧୀନତା ଦିବସରେ ଏଠାରେ ଜାତୀୟ ପତାକା ଉତ୍ତୋଳନ କରାଯିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More