Only for Entertainment

ମୂକ ବଧୀର ପିଲାଙ୍କ ପାଇଁ ପ୍ରେରଣା ସାଜିଲେ ମିସ ଇଣ୍ଡିଆ ଡିଫ ଅଂଜଳି, ହରିୟାଣା ଝିଅ ଦେଖାଇଲେ କମାଲ !

25

ଏଠାରେ ଆମେ କହି ରଖୁଛୁ ଯେ ଶାରୀରିକ ଅସମର୍ଥ ହେବା ପରେ ମଧ୍ୟ ଅଂଜଳି ହାର ମାନିନାହାନ୍ତି ବରଂ ନିଜ ମୁଣ୍ଡରେ ପରିଶ୍ରମର ମୁକୁଟ ପିନ୍ଧିଛନ୍ତି । ସେ ମିସ ଇଣ୍ଡିଆ ଡିଫ’ର ଟାଇଟଲ ଜିତି ଯେତେବେଳେ ଘର ରେବାଡିକୁ ଫେରିଥିଲେ ତାଙ୍କ ସ୍ୱାଗତ ବ୍ୟାଣ୍ଡବାଜାରେ କରାଯାଇଥିଲା । ରେବାଡିରେ ଅଂଜଳିଙ୍କ ସ୍ୱାଗତ ଖୁବ ମଜାଦାର ହୋଇଥିଲା । ମିସ ଇଣ୍ଡିଆ ଡିଫ ହୋଇଥିବା ଅଂଜଳିଙ୍କ ବାପା ନିଜ ଝିଅଙ୍କ ସଫଳତାରେ ଖୁବ ଖୁସି ହୋଇଛନ୍ତି । ଯଦିଓ ଅଂଜଳିଙ୍କ ସ୍ୱାଗତ ସମୟରେ ସେଠାରେ ତାଙ୍କ ବାପା ଉପସ୍ଥିତ ନଥିଲେ , ମାତ୍ର କିଛି କ୍ଷଣ ପରେ ସେଠାରେ ତାଙ୍କ ବାପା ପହଂଚି ଖୁସିରେ ସାମିଲ ହୋଇଥିଲେ ।

ମିଡିଆ ରିପୋର୍ଟ ମୁତାବକ ମିସ ଇଣ୍ଡିଆ ଡିଫ ଅଂଜଳିଙ୍କ ବାପା କହିଛନ୍ତି ଯେ ତାଙ୍କୁ ଅଂଜଳିଙ୍କ ଏଭଳି ଟ୍ୟାଲେଂଟ ଥିବା ଜଣା ନଥିଲା । ସେ ରେବାଡି ର ଗଢି-ଖୁଡାଣାରେ ଇଲାକାରେ ରୁହନ୍ତି ଏବଂ ଏସବୁ ବିଷୟରେ ସେଠାକାର ଲୋକ କେବେ ଏଭଳି ଭାବି ନାହାନ୍ତି ମଧ୍ୟ । କିନ୍ତୁ ଅଂଜଳି ନିଜ ପରିଶ୍ରମ ଏବଂ ଜିଦ କାରଣରୁ ଏଭଳି ସ୍ତରରେ ପଂହଚି ପାରିବାରେ ସମର୍ଥ ହୋଇଛନ୍ତି ବୋଲି ତାଙ୍କ ବାପା କହିଛନ୍ତି । ସତକଥା ହେଉଛି ଅଂଜଳିଙ୍କ ଏହି ସଫଳତା ଅନେକ ଝିଅଙ୍କ ପାଇଁ ପ୍ରେରଣା ଏବଂ ଆଦର୍ଶ ବୋଲି ପ୍ରମାଣ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More