Only for Entertainment

ହେଟଷ୍ଟୋରୀ-୪ କୁ ମିଳିଲା ‘ଏ’ ସାର୍ଟିଫିକେଟ , ୧୮ବର୍ଷ ରୁ କମ ବୟସ୍କ ଦେଖି ପାରିବେ ନାହିଁ ଏହି ଫିଲ୍ମ !

zeenews
0 52

ବାସ୍ ଆଉ କିଛି ଦିନ ପରେ ୨୦୧୮ର ସବୁଠାରୁ ବଡ ବୋଲ୍ଡ ଫିଲ୍ମ ହେଟଷ୍ଟୋରୀ ରିଲିଜ ହେବାକୁ ଯାଉଅଛି । ବିଗତ କାଲି ଏହି ଫିଲ୍ମକୁ ‘ଏ’ସାର୍ଟିଫିକେଟ ମିଳି ଯାଇଛି । ଏହି ଫିଲ୍ମରେ ଉର୍ବଶୀ ରାଓତେଲା ବେଶ୍ ହଟ୍ ଅନ୍ଦାଜରେ ପରଦାରେ ନଜରକୁ ଆସିବେ । ସେ ଏହି ଫିଲ୍ମରେ ଅନେକ ହଟ ଏବଂ ଇଂଟିମେଂଟ ସିନ ମଧ୍ୟ ଦେଇଛନ୍ତି । ଫିଲ୍ମରେ ତାଙ୍କର ଏହି ଅବତାରକୁ କୋଟି କୋଟି ଲୋକ ପସନ୍ଦ କରିଥିବା ଟ୍ରେଲରର ଭ୍ୟୁ ଦେଖି ଜାଣିବାକୁ ମିଳିଛି ।

ହେଟଷ୍ଟୋରୀ ସିରିଜ ଏବଂ ଫିଲ୍ମ ରୋମାଂଚ, କାମୁକତା ଏବଂ ପ୍ରତିଶୋଧ ଭାବନାରେ ଭରପୁର ଥିବା ପାଣ୍ଡ୍ୟା କହିଛନ୍ତି ।
ଫିଲ୍ମଟି ମହିଳାଙ୍କ ସହ ଜଡିତ ଥିବା ଅନେକ ବିଷୟ ଏବଂ ସେମାନଙ୍କ ମଧ୍ୟରେ କିଭଳି ଘୃଣାର ଭାବନା ଜନ୍ମ ନେଉଛି ଏହା ଉପରେ ଆଧାରିତ ଏବଂ ଯଦି ସେନସର ବୋର୍ଡ ଏହି ଫିଲ୍ମକୁ ୟୁ/ଏ ସାର୍ଟିଫିକେଟ ଦେଇଥାଆନ୍ତା ତେବେ ଚିନ୍ତାର ବିଷୟ ହୋଇଥାଆନ୍ତା ବୋଲି ପାଣ୍ଡ୍ୟା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More