Only for Entertainment

କାର୍ତ୍ତିକ ଆର୍ୟନଙ୍କୁ କୁନି ପିଲାମାନେ ଘେରି ଲୁଟାଇଲେ ଭଲ ପାଇବା, ଭାଇରାଲ ହେଲା ଭିଡିଓ !

43

ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଏବେ ସଫଳତାର ପଥରେ ଆଗେଇବାରେ ଲାଗିପଡିଛନ୍ତି । ଏବେ କାର୍ତ୍ତିକଙ୍କ ପାଖରେ ଗୋଟିଏ ପରେ ଗୋଟିଏ ଜବରଦସ୍ତ ଫିଲ୍ମ ରହିଛି । ଏହାମଧ୍ୟରେ ସାରା ଅଲୀ ଖାନଙ୍କ ସହ ତାଙ୍କର ଥିବା ଲିଙ୍କ ଅପ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । ତେବେ କାର୍ତ୍ତିକ ସମସ୍ତଙ୍କର ପ୍ରିୟ ଅଭିନେତା ପାଲଟିଗଲେଣି । ବଡ ବଡ ନିର୍ଦ୍ଦେଶକଙ୍କ ଫିଲ୍ମ ସାଇନ କରିବା ସତ୍ତେ୍ୱ ତାଙ୍କ ଡାଉନ ଟୁ ଆର୍ଥ ବ୍ୟବହାର ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି ।

ନିକଟରେ କାର୍ତ୍ତିକଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କୁନି ପିଲାଙ୍କ ଗହଣରେ ନଜର ଆସିଛନ୍ତି । ଏହି ଭିଡିଓରେ ପ୍ରଥମେ କାର୍ତ୍ତିକ ମସ୍ତି ଭରା ଅନ୍ଦାଜରେ ଫଟୋଗ୍ରାଫରଙ୍କ ସହ କଥା ହେଉଥିବାର ନଜର ଆସିଛନ୍ତି । ସେହିସମୟରେ ଅନେକ କୁନି ପିଲା ତାଙ୍କୁ ଘେରି ହୋଇଗଲେ । ପିଲା ମାନଙ୍କୁ ତାଙ୍କ ପାଖରେ ଦେଖି କାର୍ତ୍ତିକ ହାତ ମିଶାଇବା ଆରମ୍ଭ କରିଥିଲେ ଏବଂ ସେହି ପିଲାମାନେ କାର୍ତ୍ତିକଙ୍କୁ କହିଥିଲେ ‘ସମ୍ଭାଳିକି ଯିବ’ ।

 

View this post on Instagram

 

Sambhal ke ghar pe jaana❤

A post shared by Viral Bhayani (@viralbhayani) on

ତେବେ ଫିଲ୍ମ ବିଷୟରେ କହିବାକୁ ଗଲେ କାର୍ତ୍ତିକ ପତି ପତ୍ନୀ ଔର ୱୋ ଅଫିସିଆଲ ରିମେକରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ଭୂମି ପେଡନେକର ଏବଂ ଅନନ୍ୟ ପାଣ୍ଡେ ମଧ୍ୟ ନଜର ଆସିବେ । ଏହାବ୍ୟତୀତ କାର୍ତ୍ତିକ ଭୂଲଭୂଲୈୟା୨’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More