Only for Entertainment

ଦିନରେ ତିନିଥର ଏଭଳି ଖାଆନ୍ତୁ ଦହି ଏବଂ ଓଜନ ହ୍ରାସ କରନ୍ତୁ !

176

ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକମାନେ ମୋଟାପଣ ଏକ ଭୟଙ୍କର ରୋଗ ଅଟେ । ଟେନେସି ବିଶ୍ୱ ବିଦ୍ୟାଳୟ ମୁତାବକ ମୋଟାପଣ କମାଇବା ପାଇଁ ଚାହୁଁଛନ୍ତି ତ ଆପଣଙ୍କ ଖାଇବାରେ ଅଧିକରୁ ଅଧିକ ଦହି ବ୍ୟବହାର କରନ୍ତୁ । ଫ୍ୟାଟ ଫ୍ରି ଦହି ଖାଇବା ଦ୍ୱାରା ୨୨ପ୍ରତିଶତରୁ ୬୧ପ୍ରତିଶତ ମୋଟାପଣ କମ ହୋଇଥାଏ । ସବୁଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଲୋକମାନେ ଦହି ଖାଉନାହାନ୍ତି ସେମାନଙ୍କ ପେଟ ପାଖ ମୋଟାପା ୮୧ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଯାଇଥାଏ ମାତ୍ର ଶରୀରରେ ଅନେକ କ୍ଷତି ହୋଇଥାଏ । ଯଦି ଆପଣଙ୍କ ପେଟ ପାଖରେ କିଛି ମାତ୍ରାରେ ମୋଟାପଣ ରହିଛି ତେବେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ, ଯାହାଦ୍ୱାରା ଅନେକ ରୋଗକୁ ଆପଣ ଆଗମନ କରିଥାଆନ୍ତି । ଯଦି ଆପଣ ପେଟ ପାଖରେ ମୋଟାପଣ ଦେଖୁଛନ୍ତି ତେବେ ତୁରନ୍ତ ବ୍ୟାୟାମ କରିବା ଜରୁରୀ ।

ଅନେକ ବଡ ଡାକ୍ତରଙ୍କ କହିବା ମୁତାବକ ଅଂଟା ପାଖରୁ ୩ଇଂଚରୁ ଅଧିକ ମୋଟାପଣ ଥିଲେ ଅଚାନକ ଷ୍ଟ୍ରୋକ ଆସିବାର ସମ୍ଭାବନା ରହିଥାଏ । ଏହି ମୋଟାପଣକୁ ଅନ୍ତ’ର ମୋଟାପଣ କୁହାଯାଏ, ଯାହା ମେଟାବୋଲିକ ଭାବେ ସକ୍ରିୟ ହୋଇଥାଏ । କୋଟ୍ରୀସୋଲ ଭଳି ଚିନ୍ତାର ହର୍ମୋନ ବଢିଯାଇଥାଏ । କେବଳ ସେତିକି ନୁହେଁ ଏହା ସାଇଟୋକିନ ଭଳି ଇଂଫ୍ଲେମେଟରୀକୁ ବୃଦ୍ଧି କରିଥାଏା, ଯାହା ଆମ ଶରୀରର ଇଂସୁଲିନକୁ ପ୍ରଭାବିତ କରିଥାଏ ।
ପେଟର ମୋଟାପଣ ଯୋଗୁଁ ହୋଇପାରେ ଏହି ସବୁ ରୋଗ:

ଅତ୍ୟଧିକ ମେଦବହୁଳତା

ଉଚ୍ଚ ରକ୍ତଚାପ

ବ୍ଲଡ ସୁଗାର ବୃଦ୍ଧି

ପୋଡାଜଳା ବୃଦ୍ଧି

ଏଥିରୋସ୍କେଲରୋସିସ

ମଧୁମେହ

ଡିମୋଂସିୟା

ହୃଦ ରୋଗ

କ୍ୟାନସର

ଦହିରେ ଥିବା ପ୍ରୋବାୟୋଟିକ ଶରୀରରେ ସୁସ୍ଥ ବ୍ୟାକଟେରିଆକୁ ବୃଦ୍ଧି କରାଇଥାଏ । ଯଦି ଆପଣଙ୍କୁ ଦହି ଠାରୁ ଅଧିକରୁ ଅଧିକ ଫାଇଦା ଉଠାଇବାର ଅଛି ତେବେ ଦହିରେ ଆପଣ ଚିନି ନମିଶାଇ ଖାଆନ୍ତୁ ନଚେତ ଲୋ-ଫ୍ୟାଟ ଦହି ଖାଆନ୍ତୁ । ଆପଣ ଗ୍ରୀକ ୟୋଗର୍ଟ ମଧ୍ୟ ଖାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More