Only for Entertainment

ଅଧିକ ମିଠା ଖାଇଲେ କମ ହୋଇଯାଏ ସ୍ମରଣ ଶକ୍ତି!

dainik jagran
31

ଆଜି ପର୍ଯ୍ୟନ୍ତ ଆପଣ ଏହି କଥା ଜାଣିଥିବେଯେ ଯେତିକି ଭୋକ ହୁଏ ସେତିକି ଖାଦ୍ୟ ଖାଇବା ଆବଶ୍ୟକ । କିନ୍ତୁ ଏହାକୁ ନେଇ ବୈଜ୍ଞାନିକ ମାନେ ଭିନ୍ନ ଭତ ଦେଇଛନ୍ତି । ସେମାନେ କୁହନ୍ତିଯେ ସମୟ ବଦଳିବା ସହିତ ଏହି ସମସ୍ତ କଥା ମଧ୍ୟ ପୁରୁଣା ହୋଇ ଯାଇଛି । ନିକଟରେ ଆମେରିକା ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ନୂଆ ଅଧ୍ୟୟନରୁ ଜଣାପଡ଼ିଛିଯେ ଯଦି ଆପଣ ଭୋକ ଠାରୁ କମ ଖାଦ୍ୟ ଖାଇବେ ତେବେ ଲମ୍ବା ସମୟ ପର୍ଯ୍ୟନ୍ତ ସୁସ୍ଥ ରହିପାରିବେ ।

ବୈଜ୍ଞାନିକ ଏହା କୁହନ୍ତିଯେ ଭୋକ କମ ହେଉ ବା ଅଧିକ ହେଉ ସମସ୍ତଙ୍କ ନିଜ ଭୋକ ଠାରୁ କମ ଖାଦ୍ୟ ଖାଇବା ଉଚିତ । ଏହା ଦ୍ୱାରା ନ କେବଳ ପାଚନତନ୍ତ୍ର ଠିକ ରହେ ବରଂ ବିଭିନ୍ନ ପ୍ରକାରର ଶାରୀରିକ ଏବଂ ମାନସିକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ ।

ଯଦି ଆପଣଙ୍କୁ ମିଠା ଖାଦ୍ୟ ଭଲ ଲାଗେ ତେବେ ସାବଧାନ ହୋଇଯାଆନ୍ତୁ । ବୈଜ୍ଞାନିକଙ୍କ କହିବା ଅନୁସାରେ ଅଧିକ ମିଠା ଖାଇବା ଦ୍ୱାରା ମସ୍ତିଷ୍କ ଉପରେ ପ୍ରଭାବ ପଡ଼େ । ଲମ୍ବା ସମୟ ଧରି ମିଠା ଖାଇଲେ ସ୍ମରଣ ଶକ୍ତି କମ ହୋଇଯାଏ । ତେବେ ଏଥିରୁ ମୁକ୍ତି ପାଇଁ ଖାଦ୍ୟରେ ଯଦି ଓମେଗା ଫ୍ୟାଟି ଏସିଡକୁ ସାମିଲ କରାଯାଏ ତେବେ ମିଠା ଖାଇଲେ ମସ୍ତିଷ୍କ ଉପରେ ପଡ଼ୁଥିବା ପ୍ରଭାବ କମ ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More