Only for Entertainment

ଓଜନ ବୃଦ୍ଧିରେ ସହାୟକ ହୋଇଥାଏ ଏହି ସମସ୍ତ ଖାଦ୍ୟ,ଆପଣ ଯଦି ପତଳା ତେବେ ଆପଣାନ୍ତୁ ଏହି ଟିପ୍ସ ।

youtube
0 66

ଆଜିକାଲି ସମସ୍ତେ ଫିଟ ରହବାକୁ ଖୁବ ପସନ୍ଦ କରୁଛନ୍ତି । ତେଣୁ ବିଭିନ୍ନ ପ୍ରକାରର ଟିପ୍ସକୁ ଅନୁସରଣ କରୁଛନ୍ତି । ମୋଟା ଲୋକଙ୍କ କ୍ଷେତ୍ରରେ ଏହା ଠିକ । କିନ୍ତୁ ଅଧିକ ପତଳା ହୋଇଥିବା ଲୋକଙ୍କୁ ଆବଶ୍ୟକତା ଠାରୁ ଅଧିକ ଲାଜ ଲାଗେ । ତେଣୁ ସେମାନେ ମୋଟା ହେବାପାଇଁ ବିଭିନ୍ନ ପ୍ରୟାସ କରିଥାନ୍ତି । ତେଣୁ ଆପଣ ଯଦି ମୋଟା ହେବା ପାଇଁ ଚାହାଁନ୍ତି ତେବେ ଏହି ଟିପ୍ସ ପ୍ରତି ନଜର ଦିଅନ୍ତୁ ।

ସର୍ବପ୍ରଥମେ ଖାଦ୍ୟପେୟ ପ୍ରତି ଗୁରୁତ୍ୱ ଦିଅନ୍ତୁ । କେବଳ ପାଟିକୁ ସ୍ୱାଦ ଲାଗୁଥିବା କିମ୍ବା ପସନ୍ଦର ଖାଦ୍ୟ ବାଛିବା ପରିବର୍ତ୍ତେ ସବୁପ୍ରକାର ପୌଷ୍ଟିକ ଖାଦ୍ୟ ଖାଆନ୍ତୁ ।
– ଖାଦ୍ୟରେ କ୍ୟାଲୋରୀ ମାତ୍ରା ବଢାନ୍ତୁ । ପ୍ରୋଟିନ ଯୁକ୍ତ ଖାଦ୍ୟ ଯେତେ ଅଧିକ ଗ୍ରହଣ କରିବେ ସେତେ ଶୀଘ୍ର ଲାଭ ପାଇବେ ।
– ଶସ୍ୟଜାତୀୟ ଖାଦ୍ୟ, ଫଳ, ପନିପରିବା ଆଦିରେ ପର୍ୟ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଟ୍ ରହିଛି । ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଓଜନ ବଢିବାରେ ସାହାଯ୍ୟ କରିବ ।
– ଫଳ ମଧ୍ୟରେ ଓଜନ ବଢାଇବା ଲାଗି କଦଳୀ ସବୁଠାରୁ ଭଲ । ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଆନ୍ତୁ । ନ ହେଲେ ସକାଳୁ ଏହାର ସେକ ପିଇପାରିବେ । କ୍ଷୀର କଦଳୀ ଚକଟି ଖାଇବା ବି ଲାଭଦାୟକ ।
– ପନୀରର ବିଭିନ୍ନ ଆଇଟମ ଖାଆନ୍ତୁ । ସେହିପରି ଆମିଷ ଖାଇବା ବି ଓଜନ ବଢାଇବାରେ ସାହାଯ୍ୟ କରିଥାଏ ।
– ସକାଳ ଜଳଖିଆରେ ବ୍ରେଡ ସହ ୨ଟି ଅଣ୍ଡା କିମ୍ବା ଆମଲେଟ୍ ଖାଆନ୍ତୁ । ଏହା ଖୁବ ଶୀଘ୍ର ଆପଣଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More