Only for Entertainment

ଥରେ ବୁଲି ଆସନ୍ତୁ ବିଶ୍ୱର ସୁସ୍ଥ ସହର ମାସଡାର

About Oil
28

ସୁସ୍ଥ ପରିବେଶରେ ରହିବାକୁ କିଏ ବା ନ ଚାହେଁ? ସଂଯୁକ୍ତ ଆରବ ଏମିରେଟ୍‌ସର ଅବୁଧାବୀର ୧୭ କି.ମି. ଦୂରରେ ଏହିପରି ଏକ ସୁସ୍ଥ ସହରର ନିର୍ମାଣ ଚାଲିଛି। ଏହାର ନାମ ମାସଡାର। ୨୦୧୫ ମସିହାରେ ଏହାର ନିର୍ମାଣ ଆଂଶିକ ସମାପ୍ତ ହୋଇଛି ଏବଂ ୨୦୨୦-୨୫ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ। ଛଅ କିଲୋମିଟର ବ୍ୟାପୀ ଏହି ସହର, ସୌର ଏବଂ ହାଇଡ୍ରୋଜନ ପାଓ୍ୱାର ପ୍ଳାଣ୍ଟ ସାହାଯ୍ୟରେ ଶକ୍ତି ପାଇବ। ଏଠାରେ ବ୍ୟକ୍ତିଗତ ଯାନ ସଂପୂର୍ଣ୍ଣ ନିଷିଦ୍ଧ। କେବଳ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଦ୍ୟୁତଚାଳିତ ଯାନ ବ୍ୟବହାର କରିହେବ।

Header_IMG_2810

ବର୍ତ୍ତମାନ ଏହି ସହରରେ ୧୯,୦୦୦ ଅଧିବାସୀ ଅଛନ୍ତି। କିନ୍ତୁ ଏହାର ସମସ୍ତ କାର୍ଯ୍ୟ ସମାପ୍ତ ହେବା ପରେ ଏଠାରେ ୫୦,୦୦୦ ଲୋକ ବାସକରିବେ। ପୂରା ସହରରେ କେଉଁଠି ଇଲେକ୍ଟ୍ରିକ୍ ସୁଇଚ କିମ୍ବା ପାଣି ଟ୍ୟାପ୍‌ ନାହିଁ। ସବୁଗୁଡିକ ସେନସର୍ ଚାଳିତ। ଫଳରେ ୫୦ ପ୍ରତିଶତରୁ ଅଧିକ ଶକ୍ତି ସଞ୍ଚୟ ହୋଇପାରିବ। ଶିଳ୍ପୀ ଜିନ ମାର୍କ କାଷ୍ଟେରାଙ୍କ ସହାୟତାରେ ସହରର ଡିଜାଇନ କରିଛନ୍ତି ବ୍ରିଟିଶ କମ୍ପାନୀ ଫୋଷ୍ଟର ପାର୍ଟନର୍ସ। ୨୦୦୬ ମସିହାରେ ଏହି ସହରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଏଯାବତ୍‌ ଚାଲୁରହିଛି।

jpeg

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More