Only for Entertainment

ଭିଟାମିନ,ପ୍ରୋଟିନ ଓ ଫାଇବରରେ ଭରପୂର ଏହି ସମସ୍ତ ଖାଦ୍ୟ ଶରୀରକୁ ସର୍ବଦା ରଖିଥାଏ ଫିଟ ।

srdecor.in
0 48

ଆଜିକାଲି ସ୍ୱାସ୍ଥ୍ୟପ୍ରତି ସମସ୍ତେ ସଚେତନ । ଆମେ ଯାହା ଖାଇଥାଉ ତାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ । ସୁସ୍ଥ ଜୀବନ ପାଇଁ ଜରୁରୀ ନୁହେଁଯେ କେବଳ ବ୍ୟାୟାମ କରିବା । ଖାଦ୍ୟ ଖାଇବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ସେ ହେଲଦୀ ଖାଦ୍ୟ ବିଷୟରେ ଆଲୋଚନା କରିବା । 

ଗ୍ରୀନ ଟି- ଏଥିରେ ଆଂଟି ଅକ୍ସିଡାଂଟ ଭରପୂର ମାତ୍ରାରେ ଭରି ରହିଥାଏ । ଏହା ମେଟାବୋଲିଜିମକୁ ବଢାଇଥାଏ ।

ଆଳୁ- ଲେଶକଙ୍କ କହିବା ଅନୁସାରେ ଏହାକୁ ଖାଇବା ଦ୍ୱାରା ଓଜନ ବଢିଥାଏ । କିନ୍ତୁ ତାହା ବାସ୍ତବ କଥା ନୁହେଁ । ଏହାକୁ ଖାଇବାର କେତେକ ପ୍ରକ୍ରିୟା ରହିଛି । ଯେପରିକି ସର୍ବଦା ଆଳୁକୁ ସିଝାଇବା ଦ୍ୱାରା ସେଥିରେ ଫ୍ୟାଟ ବଢିନଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ।

ଅଣ୍ଡା- ପ୍ରୋଟିନରେ ଭରପୂର ଥିବା ସହିତ ରକ୍ତଚାପ ନିୟନ୍ତ୍ରଣ କରିଥାଏ । ପ୍ରତିଦିନ ଗୋଟିଏ ଅଣ୍ଡା ଖାଅନ୍ତୁ ।

ସାଲାଡ-ପରିବାରେ ପ୍ରସ୍ତୁତ ସାଲାଡ଼ ଶରୀର ପାଇଁ ଖୁବ ଲାଭକାରୀ । ଏଥିରେ ପ୍ରଚୁର ପରିମାଣରେ ଫଲିକ ଏସିଡ ଏବଂ ଭିଟାମିନ ସି ଭରି ରହିଥାଏ । ଏହା ଶରୀରକୁ ଖୁବ ଶକ୍ତି ଦେଇଥାଏ । ପ୍ରତ୍ୟେକ ମିଲରେ ଏକ ବୋଲ ସାଲାଡ଼ ଖାଇବା ଉଚିତ । ସ୍ୱାଦ ବଢାଇବା ପାଇଁ ଦହି କିମ୍ବା ଲେମ୍ବୁର ବ୍ୟବହାର କରିପାରିବେ ।

ଦହି- ଗରମ ଦିନରେ ସର୍ବଦା ଦହି ଖାଇବା ଉଚିତ । ପ୍ରୋଟିନ,କ୍ୟାଲିସିୟମ ଏବଂ ଭିଟାମିନ ଭରପୂର ମାତ୍ରାରେ ରହିଥାଏ ।

ଜଳ- ଏହାକୁ ପିଇବା ଦ୍ୱାରା ବିଭିନ୍ନ ପ୍ରକାରର ଲାଭ ମିଳିଥାଏ । ଏହା କ୍ୟାଲୋରୀରେ କମ ହୋଇଥାଏ ଏବଂ ପେଟ ପୂର୍ଣ୍ଣ କରିଥାଏ,ଏହା ସହିତ ବିଭିନ୍ନ ରୋଗରୁ ରକ୍ଷା କରିବାର ଏହା ଏକ ପ୍ରମୁଖ କାରଣ ।

ବାଦାମ- ଏହା ଶରୀର ପାଇଁ ଖୁବ ଉପଯୋଗୀ । ଏଥିରେ ରୋଗ ପ୍ରତିରୋଧକ କ୍ଷମତା ଅଧିକ ରହିଥାଏ । ଏହା କମ କ୍ୟାଲୋରୀ ଯୁକ୍ତ । ମସ୍ତିଷ୍କ ଶାନ୍ତ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More