Only for Entertainment

ବଡପରଦାରେ ଏବେ ସୁପରମ୍ୟାନଙ୍କର ଆସିବ ନେଟଫ୍ଲିକ୍ସ, ଖୁବ ଶୀଘ୍ର ରିଲିଜ ହେବ ଆଉ ଏକ ସୁପରହିରୋଙ୍କ ଫିଲ୍ମ !

amarujala
0 29

ଜଷ୍ଟିସ ଲିଗ, ମ୍ୟାନ ଅଫ ଷ୍ଟିଲ ଏବଂ ବ୍ୟାଟମ୍ୟାନ vs ସୁପରମ୍ୟାନ ଭଳି ଫିଲ୍ମ ଦ୍ୱାରା ନିଜର ଅଭିନୟରେ ଦର୍ଶକଙ୍କ ମନ ଜିତୁଥିବା ହଲିଉଡ ଷ୍ଟାର ହେନରୀ କାଭିଲ ଖୁବ ଶୀଘ୍ର ଏକ ନୂଆ ସିରିଜରେ ନଜର ଆସିବାକୁ ଯାଉଛନ୍ତି । ଖାସ କଥା ହେଉଛି ତାଙ୍କର ଏକ ନୂଆ ୱେବସିରିଜ ଆସିବାକୁ ଅଛି ଏବଂ ଯାହା ପପୁଲାର ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରିତ ହେବ । ଏହାସହ ହେନରୀ କେବଲ ଲମ୍ବା ସମୟ ପରେ ଛୋଟ ପରଦାକୁ ଫେରିଛନ୍ତି ଏବଂ ସେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ହେନରୀ କାଭିଲଙ୍କ ଏହି ୱେବସିରିଜ ସବୁଠାରୁ ଅଧିକ ବିକ୍ରି ହୋଇଥିବା ‘ଦ ୱିଚର’ଉପରେ ଆଧାରିତ । ଏଥିରେ ହେନରୀ କାଭିଲ ‘ଜେରାଲ୍ଟ’ନାଁ ର ଭୂମିକା ତୁଲାଇବେ । ଏହି ସିରିଜରେ ‘ଜେରାଲ୍ଟ’ପୃଥିବୀରେ ମହଜୁଦ ସମସ୍ତ ଶଇତାନଙ୍କୁ ଶେଷ କରିବା ଭୂମିକା ତୁଲାଇବ । ଶୁଣିବାକୁ ମିଳିଛି ଏହି ୱେବସିରିଜର ପ୍ରଥମ ସିଜନ ୮ଟି ଏପିସୋଡର ରହିବ ।

ଏହି ସିରିଜରେ ହେନରୀ ୨୦୧୦ପରେ ଛୋଟ ପରଦାରେ ନଜର ଆସିବେ । ଦ ୱିଚର ସିରିଜର ଭିଡିଓ ଗେମ ମଧ୍ୟ ପ୍ରସ୍ତୁତ ହୋଇ ସାରିଲାଣି । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ହେନରୀ ଟମ କ୍ରୁଜ ଷ୍ଟାରର ଫିଲ୍ମ ‘ମିଶନ ଇମପୋସିବଲ ଫଲ ଆଉଟ’ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More