Only for Entertainment

ବିନା ଟିକେଟରେ ବସରେ ଯାତ୍ରା କରୁଥିଲେ ଦୁଇଟି କୁକୁଡା, କଣ୍ଡକ୍ଟର ଟିକେଟ ମାଗି ଅସୁଲ କଲେ ପଇସା ।

Wikimedia Commons
0 68

କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମରେ କାମ କରୁଥିବା ଜଣେ କଣ୍ଡକ୍ଟର ଏପରି ଏକ କାମ କରିଛନ୍ତି ଯାହା ତାଙ୍କୁ ଚର୍ଚ୍ଚାକୁ ଟାଣିଆଣିଛି । ରାଜ୍ୟର ଚିକ୍କାବଲ୍ଲାପୁର ଜିଲ୍ଲାରେ ଏହି ଘଟଣା ଘଟିଛି । ଏହି ସରକାରୀ ବସରେ ଜଣେ କୃଷକ ୨ଟି କୁକୁଡା ନେଇ ଯାତ୍ରା କରୁଥିଲେ । କଣ୍ଡକ୍ଟର ପ୍ରଥମେ କୃଷକଙ୍କ ଟିକେଟ କାଟିଥିଲେ । ମାତ୍ର ପରେ ଜାଣିପାରିଥିଲେ ଯେ, ତାଙ୍କ ସହ ବିନା ଟିକେଟରେ ଆଉ ଦୁଇଟି କୁକୁଡ଼ା ମଧ୍ୟ ଯାତ୍ରା କରୁଛନ୍ତି । ଏହାପରେ ସେ ୨ କୁକୁଡ଼ାଙ୍କର ମଧ୍ୟ ଟିକେଟ କାଟି କୃଷକଙ୍କ ହାତକୁ ବଢାଇ ଦେଇଥିଲେ ।

କୃଷକ ଶ୍ରୀନିବାସଙ୍କ କହିବା ଅନୁସାରେ ମୁଁ ପେଡନହଲି ଅଞ୍ଚଳରେ ରହୁଥିଲା ବେଳେ ମୁଁ ଗୌରୀବିଦାନୂର ବଜାରରୁ ୩୦୦ଟଙ୍କାରେ ୨ଟି କୁକୁଡା କିଣି ଘରକୁ ଫେରୁଥିଲି । ଗୌରୀବିଦାନୂରରୁ ମୋ ଘର ପର୍ଯ୍ୟନ୍ତ ବସ ଟିକେଟ ହେଉଛି ୨୪ ଟଙ୍କା । ହେଲେ ମୋତେ ୪୮ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା । କାରଣ କଣ୍ଡକ୍ଟର ଜଣଙ୍କ ୨ଟି କୁକୁଡା ପାଇଁ ଦୁଇଟି ହାପ ଟିକେଟ ୧୨-୧୨ ଟଙ୍କା ଲେଖାଏଁ କାଟିଦେଇଥିଲେ । ଏନେଇ କଣ୍ଡକ୍ଟରଙ୍କ ସହ ମୋର ଯୁକ୍ତିତର୍କ ହୋଇଥିଲେ ମଧ୍ୟ ସେ ମୋତେ ପଇସା ଫେରାଇ ନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More