Only for Entertainment

ପୁଣି ଥରେ ଏକାଠି ସ୍କ୍ରିନ ଶେୟାର କରିବେ ରାଜୁ, ଶ୍ୟାମ ଏବଂ ବାବୁରାଓ ଆପ୍ତେ, ପ୍ରସ୍ତୁତ ହେଉଛି ହେରାଫେରୀ ୩ !

26

ରାଜୁ , ଶ୍ୟାମ ଏବଂ ବାବୁରାଓ ଆପ୍ତେଙ୍କ ସୁପରହିଟ ଫିଲ୍ମ ହେରା ଫେରୀ ବକ୍ସଅଫିସରେ ଧମାଲ ମଚାଇ ଦେଇଥିଲା । ଏହି ଫିଲ୍ମରେ ଲୋକମାନେ ହସିହସି ବେଦମ ହୋଇଯାଇଥିଲେ । ସେବେଠାରୁ ଲୋକଙ୍କ ଅପେକ୍ଷା ରହିଥିଲା କେବେ ଆସିବ ହେରାଫେରୀର ଆଉ ଏକ ପାର୍ଟ । ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି । ଆଜ୍ଞା ହଁ, ସୁପରହିଟ ଫିଲ୍ମ ହେରାଫେରୀର ତୃତୀୟ ପାର୍ଟ ଆସିବାକୁ ଯାଉଛି ।

ତେବେ ଶୁଣିବାକୁ ମିଳିଛି ଯେ ଏହାର ପାର୍ଟ୩ରେ ଅଭିଶେକ ବଚ୍ଚନ ଏବଂ ଜନ ଅବ୍ରାହମଙ୍କ ନାଁ ଶୁଣିବାକ୍ୁ ମିଳିଥିଲା କିନ୍ତୁ ଫିଲ୍ମ ସୁଟ ବିଳମ୍ବ କାରଣରୁ ଏହି କଳାକାର ଫିଲ୍ମରୁ ଦୂରେଇ ଯାଇଛନ୍ତି । ଏବେ ପୁରୁଣା କଳାକାରଙ୍କ ନାଁ ଫାଇନାଲ କରାଯାଇଛି । ହେରାଫେରୀ-୩, ଇନ୍ଦ୍ର କୁମାର ବନାଇବା ପାଇଁ ଯାଉଛନ୍ତି । ଇନ୍ଦ୍ର କୁମାର କହିଛନ୍ତି ଯେ ସେ ‘ହେରାଫେରୀ-୩’କୁ ବଡ ସ୍ତରରେ ବନାଇବେ । ଅନୁମାନ ଲଗାଯାଉଛି ଯେ ଏହି ଫିଲ୍ମ ୨୦୧୯ ଶେଷ ସୁଧା ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More