Only for Entertainment

ପାର୍ଟନର ଖୋଜିବା ପାଇଁ ଏଠାରେ ମହିଳାଙ୍କୁ ମିଳେ ସ୍ପେଶାଲ Love Leave କିନ୍ତୁ…

redduckpost
23

କ୍ୟାରିୟର ବନାଇବା ଚକ୍କରରେ ଆଜିକାଲି ମହିଳାମାନେ ଏ ତେ ବ୍ୟସ୍ତ ଯେ ସେମାନେ ଭଲପାଇବା ପାଇଁ ସମୟ ବାହାର କରିପାରନ୍ତି ନାହିଁ । ଏପରି କି କିଛି ମହିଳା ଅଛନ୍ତି ଯେଉଁମାନେ କ୍ୟାରିୟର ଚକ୍କରରେ ବିବାହ କରିନଥାନ୍ତି । କିନ୍ତୁ ଚୀନର କମ୍ପାନୂ ଏବଂ ସ୍କୁଲ ଏହି ସମସ୍ୟାର ସମାଧାନ କରିବା ପାଇଁ ଏକ ମଜାଦାର ସଲ୍ୟୁସନ ବାହାର କରିଛନ୍ତି । ଅସଲରେ ଚୀନରେ କମ୍ପାନୀରେ କାମ କରୁଥିବା ମହିଳା କର୍ମଚାରୀ ଏବଂ ସ୍କୁଲର ମହିଳା ଟିଚର ମାନଙ୍କ ପାଇଁ ଲଭ ଲିଭ (Love Leave) ଆରମ୍ଭ କରାଯାଇଛି । ଏହାର ମୁଖ୍ୟ କାରମ ହେଉଛି ମହିଳା କର୍ମଚାରୀ ମାନେ ନିଜ ପାର୍ଟନରଙ୍କ ସହିତ ଯେପରି ବ ସମୟ ବିତାଇ ପାରିବେ ଏବଂ ନିଜ ପାଇଁ ପାର୍ଟନର ଖୋଜି ପାରିବେ ।

ଛୁଟି ପାଇଁ ରହିଛି ଏହି ସର୍ତ୍ତ-
ଲବ ଲିଭ ପାଇଁ ଚୀନ କମ୍ପାନୀ ଏବଂ ସ୍କୁଲ ୮ ଦିନ ଛୁଟି ରଖିଛନ୍ତି । କିନ୍ତୁ ଏହି ଛୁଟି ନେବା ପାଇଂ ସରକାର ଏ କ ସର୍ତ୍ତ ମଧ୍ୟ ରଖିଛନ୍ତି । ଯେଉଁମାନେ ଏହି ଛୁଟି ନେବେ ସେ ମହିଳା ମାନେ ସିଙ୍ଗିଲ ହୋଇଥିବା ଆବଶ୍ୟକ ଏବଂ ସେମାନଙ୍କର ବୟର ୩୦ ପାଖାପାଖି ହୋଇଥିବା ଦରକାର । ସିଙ୍ଗିଲ ମହିଳାମାନଙ୍କ ପାଇଁ ଏହି ଅଲଗା ଆଠ ଦିନ ଛୁଟି ଦିଆଯାଉଛି ଯେପରି ସେମାନେ ନିଜ ପାଇଁ ଶୁବ ଶୀଘ୍ର ପାର୍ଟନର ଖୋଜିପାରିବେ ।

A young Chinese couple cooks dinner in their Hong Kong apartment.

ଅବିବାହିତ ମହିଳାଙ୍କୁ କେବଳ ଲଭ ଲିଭ କାହିଁକି ?
ଚୀନରେ ଅବିବାହିତ ମହିଳାଙ୍କ (ଯେଉଁମାନଙ୍କ ବୟସ ୩୦ ପାଖାପାଖି) ପାଇଁ ଏକ ଅପଶବ୍ଦ ‘ଶୋଙ୍ଗ ନୁ’ (ପଛରେ ପଡିଯାଇଥିବା ମହିଳା) ବ୍ୟବହାର କରାଯାଇଥାଏ । ଏହି କାରଣରୁ ମହିଳାଙ୍କ ପାଇଁ ଏହି ଛୁଟି ଦିଆଯାଉଛି ଯେପରି ସେମାନେ ନିଜ ପାଇଁ ସାଥି ଖୋଜିପାରିବେ ।

ଚୀନରେ ମହିଳାଙ୍କ ଉପରେ ବିବାହ କରିବାର ଚାପ-
କ୍ୟାରିୟରରେ ସଫଳତା ପାଇବା ପରେ ମଧ୍ୟ ଚୀନରେ ସିଙ୍ଗିଲ ରହିବାର ପ୍ରଥା ବଢିବାରେ ଲାଗିଛି । ଫଳରେ ଦେଶରେ ଜନସଂଖ୍ୟା କମିବାରେ ଲାଗିଛନ୍ତି । ଏହି କାରଣରୁ ସରକାର ଚାହୁଁଛନ୍ତି ଯେ, ଲୋକେ ବିବାହ କରନ୍ତୁ ଏବଂ ଛୁଆ ଜନ୍ମ କରନ୍ତୁ । ସେଥିପାଇଁ ଚୀନର ମହିଳାଙ୍କ ଉପରେ ବିବାହ କରିବାର ଚାପ ପକାଯାଉଛି ।

ଚୀନ କମ୍ପାନୀ ଗୁଡିକର ଏଚଆରଙ୍କ କହିବା ଅନୁସାରେ କିଛି ମହିଳାମାନେ ନିଜ କାମରେ ଏତେ ବ୍ୟସ୍ତ ରହିଯାଆନ୍ତି ଯେ, ସେମାନେ ବାହାର ଦୁନିଆ ଠାରୁ ଅଲଗା ହୋଇଯାଇଛନ୍ତି । ଏପରି ସ୍ଥିତିରେ ସେମାନଙ୍କୁ ପୁରୁଷମାନଙ୍କ ସମ୍ପର୍କରେ ଆସିବାର ମଉକା ମିଳିପାରିବ । ଏହା ସହିତ ସେ କହିଥିଲେ ଯେ, ମହିଳାମାନହ୍କୁ ଏହି ଡେଟିଂ ଲିଭ ଖୁବ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More