Only for Entertainment

ସିଦ୍ଧି ବିନାୟକଙ୍କ ଠାରେ ପୂଜା ପରେ ଆରମ୍ଭ ହେଲା ଆକାଶ ଅମ୍ବାନୀଙ୍କ ବିବାହ ନିମନ୍ତ୍ରଣ ପତ୍ର ବଂଟନ

India TV
39

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଘରେ ପୁଣି ଥରେ ବାଜିବାକୁ ଯାଉଛି ବିବାହର ଶେହନାଇ । ଗତ ବର୍ଷ ଝିଅ ଇଷାଙ୍କର ବିବାହ ଆଡମ୍ବର ସହ କରିବା ପରେ ଚଳିତ ବର୍ଷ ଅମ୍ବାନୀ ପରିବାର ଆୟୋଜନ କରିବାକୁ ଯାଉଛି ବଡ ପୁଅ ଆକାଶ ଓ ଶ୍ଳୋକାଙ୍କ ବିବାହ । ଆଉ ଯାହାକୁ ନେଇ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି ।

ନିମନ୍ତ୍ରଣ ପତ୍ର ବଂଟନ ଠାରୁ ଆରମ୍ଭ ହୋଇଛି ବିବାହର ପ୍ରସ୍ତୁତି । ଆଉ ପ୍ରଥମ ନିମନ୍ତ୍ରଣ ପତ୍ର ଯାଇଛି ମହାରାଷ୍ଟ୍ରର ଇଷ୍ଟ ଦେବ ସିଦ୍ଧି ବିନାୟକଙ୍କ ପାଖକୁ । ଯାହାକୁ ନେଇ ମୁକେଶ ଅମ୍ବାନୀ, ପତ୍ନୀ ନିତା ଅମ୍ବାନୀ ଓ ସାନ ପୁଅ ଆନନ୍ତ ପହଁଚିଛନ୍ତି ସିଦ୍ଧି ବିନାୟକ ମନ୍ଦିରରେ । ପୂଜା, ଅର୍ଚ୍ଚନା ସହ ସିଦ୍ଧି ବିନାୟକଙ୍କୁ ନିମନ୍ତ୍ରଣ ପତ୍ର ଚଢାଇଛନ୍ତି ।

 

ମିଳିଥିବା ସୂଚନା ଅନୁସାରେ ଆକାଶ ଓ ଶ୍ଲୋକଙ୍କ ବିବାହ ୩ଦିନ ଧରି ଅନୁଷ୍ଠିତ ହେବ । ଆସନ୍ତା ମାର୍ଚ୍ଚମାସ ୯,୧୦ ଓ ୧୧ ତାରିଖରେ ହେବ ଏହି ସମ୍ଭ୍ରାନ୍ତ ବିବାହ କାର୍ଯ୍ୟକ୍ରମ । ଯାହା ମୁମ୍ବାଇର ଜିଓ ୱାର୍ଲଡ୍ ସେଂଟରରେ ଅନୁଷ୍ଠିତ ହେବ । ୯ ତାରିଖରେ ଅପରାହ୍ନରେ ବାରାତ୍ କାର୍ଯ୍ୟକ୍ରମ ଥିବାବେଳେ, ୧୦ ତାରିଖ ଅନୁଷ୍ଠିତ ହେବ ବିବାହ ଆଉ ୧୧ ତାରିଖରେ ଦିଆଯିବ ଗ୍ରାଣ୍ଡ ରିସେପସନ୍ ପାର୍ଟି । ଯେଉଁଥିରେ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ ।

 

 

View this post on Instagram

 

Neeta & Mukesh Amabni,Anant Ambani visit at sidhdhivinayak temple present her son Aakash wedding card…

A post shared by Viral Bhayani (@viralbhayani) on

ପ୍ରଥମେ ବନ୍ଧୁତ୍ୱ ପରେ ପ୍ରେମରେ ପରିଣତ ହୋଇଥିଲା ଆକାଶ ଅମ୍ବାନୀ ଓ ଶ୍ଳୋକା ମେହଟ୍ଟାଙ୍କ ସମ୍ପର୍କ । ପ୍ରଖ୍ୟାତ ହିରା ବ୍ୟବସାୟୀ ରସେଲ୍ ମେହଟ୍ଟାଙ୍କ ସାନ ଝିଅ ଶ୍ଳୋକାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ ଏସିଆର ସବୁଠାରୁ ବଡ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ । ଜୁନ୍ ୩୦ ୨୦୧୮ରେ ଏମାନଙ୍କ ସମ୍ପର୍କ ଏନ୍ଗେଂଜମେଂଟର ରୂପ ନେଇଥିଲା । ଆଉ ଏବେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଆକାଶ ଓ ଶ୍ଳୋକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More