Only for Entertainment

ଶରୀର ପାଇଁ ଲାଭକାରୀ ମନ୍ଦାର ଚା’ ।

amazone
0 48

ଚା ପିଇବା ପ୍ରାୟତଃ ଲୋକଙ୍କୁ ପସନ୍ଦ । କିଛି ଲୋକଙ୍କ ଦିନ ଚା’ରୁ ଆରମ୍ଭ ହୋଇଥାଏ । କିଛି ଲୋକ ଏତେ ଅଭ୍ୟସ୍ତ ଥାଆନ୍ତି ଯେ ସକାଳୁ ସକାଳୁ ଚା’ ନ ପିଇଲେ ତାଙ୍କର ମୁଣ୍ଡ ବ୍ୟଥା ହୋଇଥାଏ । ସକାଳୁ ଖାଲି ପେଟରେ କ୍ଷୀର ଚା’ ପିଇବା ଦ୍ୱାରା ଅନେକ ଅସୁବିଧା ହୋଇଥାଏ । ଖାଲିପେଟରେ ଚା’ ପିଇବାଦ୍ୱାରା ଏସିଡିଟି ଭଳି ସମସ୍ୟା ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କୁ ଏକ ଏଭଳି ଚା’ ସମ୍ପର୍କରେ କହିବାକୁ ଯାଉଅଛୁ ଯେ ଯାହାକୁ ପିଇବାଦ୍ୱାରା ଆପଣଙ୍କ ଶରୀରକୁ କୌଣସି ସମସ୍ୟା ବ୍ୟାପିବ ନାହିଁ ।

hibiscus

ମନ୍ଦାର ଦ୍ୱାରା ନିର୍ମିତ ଚା’ । ଯାହାକୁ ପିିଇବାଦ୍ୱାରା ଆପଣଙ୍କ ଶରୀରକୁ କୌଣସି ସମସ୍ୟା ହେବ ନାହିଁ । ଏହା ଶରୀର ପାଇଁ ଖୁବ ଉତ୍ତମ ଅଟେ । ଏଥିରେ ଭରପୂର ପରିମାଣରେ ଭିଟାମିନ, ମିନେରାଲ୍ସ, ଫାଇବର, ଆଇରନ ଆଣ୍ଟି ଅକ୍ସିଡେନ୍ଟ ରହିଛି ।
ମନ୍ଦାର ଚା’ ପ୍ରସ୍ତୁତି ପ୍ରଣାଳୀ:
ଏହାକୁ ପ୍ରସ୍ତୁତ କରିବା ପୂର୍ବରୁ ସର୍ବ ପ୍ରଥମେ ଭଲ ଭାବେ ଧୋଇ ନିଅନ୍ତୁ । ଏବେ ଏକ କପ ପାଣିକୁ ଗ୍ୟାସଉପରେ ରଖନ୍ତୁ । ଯେତେବେଳେ ଏହି ପାଇ ଫୁଟିବା ଆରମ୍ଭ କରିବ ଏଥିରେ ମନ୍ଦାର ଫୁଲ ପାଖୁଡାକୁ ପକାନ୍ତୁ ଏବଂ ଡାଲଚିନିର ଏକ ଛୋଟ ଖଣ୍ଡ ପକାଇ ଭଲ ଭାବେ ସିଝାନ୍ତୁ । ଏବେ ଏଥିରେ କିଛି ମାତ୍ରାରେ ଲେମ୍ବୁ ରସ ଏବଂ ମହୁ ପକାଇ ଉଷୁମ ଉଷୁମ ସେବନ କରନ୍ତୁ ।
ଯଦି ଆପଣ ଆପଣଙ୍କର ଓଜନ କମାଇବାକୁ ଚାହୁଛନ୍ତି ତେବେ ଏହାକୁ ନିୟମିତ ପାନ କରନ୍ତୁ । ଏହା ଖୁବ ଶୀଘ୍ର ଆପଣଙ୍କ ଓଜନ ହ୍ରାସ କରିବାରେ ସହାୟକ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More