Only for Entertainment

ରାନୀ ମୁଖାର୍ଜୀଙ୍କ ଫିଲ୍ମର ପ୍ରଥମ ଗୀତ ରିଲିଜ, ଦେଖନ୍ତୁ ଏହି ଭିଡିଓ ।

india today
0 72

ରାନୀ ମୁଖାର୍ଜୀ ୪ବର୍ଷ ପରେ ପୁଣି ଥରେ ‘ହିଚକି’ ଫିଲ୍ମ ଜରିଆରେ ପରଦାକୁ ଫେରୁଛନ୍ତି । କିଛି ଦିନ ପୂର୍ବେ ଏହି ଫିଲ୍ଭର ଟ୍ରେଲର ଲଂଚ ହୋଇଥିଲା ଯାହାକୁ ଖୁବ ମାତ୍ରାରେ ଲୋକମାନେ ପ୍ରଶଂସା ମଧ୍ୟ କରିଥିଲେ । ଏହି ଫିଲ୍ମର ନିଆରା ବିଷୟ ପାଇଁ ଏହାଚର୍ଚ୍ଚାର ବିଷୟ ପାଲଟିଥିଲା । ଏଥିରୁ ଅନ୍ଦାଜ ଲଗା ଯାଇପାରିବ ଯେ ଫିଲ୍ମ ବକ୍ସଅଫିସରେ କିଭଳି ପ୍ରଭାବ ପକାଇବ । ମଙ୍ଗଳବାର ଦିନ ଏହି ଫିଲ୍ମର ପ୍ରଥମ ସଂଗୀତ“ଓୟେ ହିଚକି” ରିଲିଜ ହୋଇଯାଇଛି ।

ନିଜ ଥିମ ଅନୁସାରେ ହିଚକିର ଏହି ସଂଗୀତ ଭିନ୍ନଏବଂ ନିଆରା ହୋଇଛି । ଫିଲ୍ମ ‘ହିଚକି’ର ପ୍ରଥମ ଗୀତରେ ‘ଓୟେ ହିଚକି’ ଭିଡିଓରେ ରାନୀ ମୁଖାର୍ଜୀ ଜୀବନରେ ଆସିବାକୁ ଥିବା ସମସ୍ୟା ବିଷୟରେ କହିଛନ୍ତି । ରାନୀ ମୁଖାର୍ଜୀଙ୍କ ଏହି ଫିଲ୍ମ ମାର୍ଚ୍ଚ
୨୩ରେ ଥିଏଟରରେ ରିଲିଜ ହେବ । ୨୦୧୪ରେ ରିଲିଜ ହୋଇଥିବା ମର୍ଦାନୀ ଫିଲ୍ମ ପରେ ତାଙ୍କର କୌଣସି ଫିଲ୍ମ ପରଦାକୁ ଆସି ନଥିଲା । ଦୀର୍ଘ ୪ବର୍ଷ ପରେ ସେ ପୁଣି ଏହି ଫିଲ୍ମ ଜରିଆରେ ପରଦାକୁ ଫେରିଛନ୍ତି ।

ଏଠାରେ ଦେଖନ୍ତୁ ହିଚକି ଫିଲ୍ମର ଏହି ଗୀତ –

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More