Only for Entertainment

ନିଆରା ପର୍ବ: ମଣିଷ ମଣିଷ ଉପରକୁ ଫୋପାଡେ ପଥର, ଆଘାତ ମଣିଷର ରକ୍ତରେ ହୁଏ ମା’ କାଳୀଙ୍କ ଅଭିଷେକ !

38

ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ପାଖରେ ଥିବା ଧାମୀରେ ପ୍ରତିବର୍ଷ ଶହ ଶହ ସଂଖ୍ୟାର ଲୋକ ଉପସ୍ଥିତ ରହି ସ୍ଟୋନ ପେଲ୍ଟିଂ ଅର୍ଥାତ ପଥର ଫୋପାଡିବା ଫେଷ୍ଟିଭାଲ ପାଳନ କରନ୍ତି । ଏହି ଫେଷ୍ଟିଭାଲରେ ଅନେକ ଲୋକ ଭାଗ ନିଅନ୍ତି , ଏବଂ ନିଜ ନିଜ ଭିତରେ ପଥର ଫୋପାଡନ୍ତି । ମାନ୍ୟତା ରହିଛି ଯେ ପଥର ମାରିବା ଭିତରେ ଯେଉଁ ବ୍ୟକ୍ତି ଦେହରୁ ରକ୍ତ ବାହାରେ ତା’କୁ ମା’ କାଳୀଙ୍କ ଉପରେ ଚଢାଯିବ ।
ଚଳିତ ବର୍ଷ ମଧ୍ୟ ଶିମଲାରୁ ୪୦କିମି ଦୂରରେ ଥିବା ଧାମୀରେ ରାଜ ପରିବାରର ଲୋକଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଏହି ପର୍ବ ଆୟୋଜିତ ହୋଇଥିଲା । ଶୁଣିବାକୁ ମିଳିଛି ଯେ ଏହା ତାଙ୍କର ଅନେକ ପୂରୁଣା ପ୍ରଥା । ସ୍ଥାନୀୟ ଲୋକଙ୍କ ମାନିବା ଅନୁସାରେ ଧାମୀର ପୂର୍ବ ରାଣୀ ମାନବ ମାନଙ୍କ ଏହି କ୍ରୁର ପ୍ରଥାକୁ ଶେଷ କରିବା ଲାଗି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ।

ଏହାସହ ସେ ଲୋକଙ୍କୁ ଏକ ଫେଷ୍ଟିଭାଲ ଆୟୋଜିତ କରିବାକୁ କହିଥିଲେ । ଯେଉଁଥିରେ ଦୁଇ ସମ୍ପ୍ରଦାୟ ଲୋକ ଆକାଶକୁ ପଥର ପକାଇବେ ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ଏହି ପଥରରେ କାହାକୁ ଆଘାତ ନ ଲାଗିଛି । ଏହାପରେ ଆଘାତ ପ୍ରାପ୍ତ ବ୍ୟକ୍ତି ର ରକ୍ତ ମା’ କାଳୀଙ୍କୁ ଚଢା ଯାଉଥିଲା ।

ଏହି ଫେଷ୍ଟିଭାଲରେ ଧାମୀର ପୂର୍ବ ରାଜାଙ୍କ ଦ୍ୱାରା ବନାଯାଇଥିବା ମନ୍ଦିରରୁ ଏକ ଜୁଲୁସ ବାହାର କରାଯାଇଥାଏ । ଏହାପରେ ତତକ୍ଷଣାତ ଏହି ପର୍ବ ଆରମ୍ଭ ହୋଇଥାଏ ।

ଶୁଣିବାକୁ ମିଳିଛି ଯେ ଏହା ଅନେକ ବର୍ଷ ପୂରୁଣା । ଏହି ମେଳା ଆୟୋଜନ କର୍ତ୍ତା କହିଛନ୍ତି ଯେ ଲୋକମାନଙ୍କୁ ଠାରୁ ସେ ଶୁଣିଛନ୍ତି ଯେ ଏହି ପର୍ବ ୪୦୦ବର୍ଷ ପୂରୁଣା ଅଟେ । ପର୍ବର ଲକ୍ଷ୍ୟ ହେଉଛି ସମାଜରୁ ମାନବଙ୍କ କ୍ରୁର ପ୍ରଥାକୁ ରୋକିବା । ଏହାକୁ ଦେଖିବା ଲାଗି ବହୁ ଦୂରରୁ ଲୋକ ଆସି ଧାମୀରେ ଏକାଠି ହୁଅନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More