Only for Entertainment

୯ ମାସ ପୂର୍ବରୁ ହୋଇଥିଲା ବ୍ରେକ ଅପ, ଏବେ ମୁହଁ ଖୋଲିଲେ ହିମାଂଶ କୋହଲି

aajtak
438

ସିଙ୍ଗର ନେହା କକ୍କର ଏବଂ ଆକ୍ଟର ହିମାଂଶ କୋହଲିଙ୍କ ମଧ୍ୟରେ ଗତ ୯ ମାସ ପୂର୍ବରୁ ବ୍ରେକଅପ ହୋଇଯାଇଛି, ଯାହାର ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ଏବଂ ନେହା ଏହାକୁ ନେଇ ଡିପ୍ରେସନରେ ରହୁଥିବାର ମଧ୍ୟ ବିଭନ୍ନ ଥର ଦେଖିବାକୁ ମିଳିଥିଲା । ଶେଷରେ ନେହା ଏହାକୁ ନେଇ ମୁହଁ ଖୋଲିଥିଲେ ଏବଂ ସୋସିଆଲ ମିଡିଆରେ ଏକ ଲମ୍ବା ନୋଟ ଲେଖି ପୋଷ୍ଟ କରିଥିଲେ । କିନ୍ତୁ କୌଣସି କାରଣରୁ ମଧ୍ୟ ହିମାଂଶଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନଥିଲା । କିନ୍ତୁ ଏବେ ୯ ମାସ ପରେ ହିମାଂଶଙ୍କ ପ୍ରତିକ୍ରିୟା ଆସିଛି ।

ହିନ୍ଦୁସ୍ତାନ ଟାଇମକୁ ଦେଇଥିବା ଏକ ଇଂଟରଭ୍ୟୁରେ ହିମାଂଶ କହିଛନ୍ତିଯେ ଯାହା ହେବାର ଥିଲା ତାହା ହୋଇଗଲା । ତାହାକୁ ବଦଳାଇ ହେବ ନାହିଁ । ମୁଁ ଏବେ ମଧ୍ୟ ତାଙ୍କୁ ସମ୍ମାନ ଦେଉଛି ଏବଂ ତାଙ୍କର ମଙ୍ଗଳ କାମନା କରୁଛି । ଖରାପ ସମୟରେ ମଧ୍ୟ ଆମେ ପରସ୍ପରକୁ ସମ୍ମାନ ଦେବା କମ କରିନାହୁଁ । ସେ ସାନଦାର ଆର୍ଟିଷ୍ଟ ଏବଂ ଭଲ ମଣିଷ । ମୁଁ କେବଳ ଏତିକି ଚାହେଁ ସେ ଜୀବନରେ ଯାହା ଚାହୁଁଛନ୍ତି ତାଙ୍କୁ ମିଳୁ । ଭଲ ସ୍ୱାସ୍ଥ୍ୟ ଏବଂ ଖୁସି ତାଙ୍କ କୋଳରେ ଭରି ଯାଉ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More