Only for Entertainment

ଆର୍ମି ଅଫିସରଙ୍କ ବାୟୋପିକରେ ନଜର ଆସିବେ ହିମେଶ ରେସମିୟା

Zee News
25

ବଲିଉଡର ଲୋକପ୍ରିୟ ଗାୟକ ହିମେଶ ରେସମିୟା ଦୀର୍ଘଦିନ ପରେ ପୁଣି ଅଭିନୟକୁ ଫେରିବା ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ହାତରେ ବର୍ତମାନ ୪ଟି ସିନେମା ରହିଛି । ଏହି ୪ଟି ସିନେମା ମଧ୍ୟରେ ସବୁଠାରୁ ଖାସ ସିନେମାଟି ହେଲା ଆର୍ମି ଅଫିସର ବିଷ୍ଣୁ ଶ୍ରେଷ୍ଠଙ୍କ ବାୟୋପିକ୍ । ବର୍ତ୍ତମାନ ବାୟୋପିକ୍ ଯୁଗ ଚାଲିଥିବା ବେଳେ ସମସ୍ତେ ଏହା ପଛରେ ଯେପରି ଧାଇଁଛନ୍ତି । ହିମେଶ ବା ଏଥିରୁ ବାଦ ପଡିବେ କାହିଁକି । ହିମେଶଙ୍କ ଏହି ଖବର ବିଶିଷ୍ଟ ସିନେ ସମୀକ୍ଷକ ତରଣ ଆଦର୍ଶ ନିଜ ଟ୍ୱିଟର ଆକାଉଂଟରେ ଶେୟାର କରିଛନ୍ତି ।

ହିମେଶ ବିଷ୍ଣୁ ଶ୍ରେଷ୍ଠଙ୍କ ବାୟୋପିକ ନିର୍ମାଣ କରିବା ପାଇଁ ଏହାର ରାଇଟ୍ସ ମଧ୍ୟ କିଣି ସାରିଲେଣି । ବିଷ୍ଣୁ ଶ୍ରେଷ୍ଠଙ୍କ କାହାଣୀ ସାମ୍ବାଦିକ ପ୍ରଫୁଲ ଶାହା ଲେଖିବେ । ବିଷ୍ଣୁ ଶ୍ରେଷ୍ଠ ଜଣେ ଆର୍ମିର୍ ଅଫିସର ଅଟନ୍ତି । ସେ ଏକାକୀ ୪୦ ଜଣ ଲୁଟେରାଙ୍କୁ ଧୂଳି ଚଟାଇ ଥିଲେ । ୨୦୧୦ରେ ୪୦ଜଣ ଲୁଟେରା ଏକ ଏକ୍ସପ୍ରେସ ଟ୍ରେନ ଉପରେ ଆକ୍ରମଣ କରି ଯାତ୍ରୀମାନଙ୍କ ଠାରୁ ଲୁଟପାଟ କରିଥିଲେ । ଏପରି ସମୟରେ ଯାତ୍ରମାନଙ୍କ ଦେବଦୂତ ସାଜି ଲୁାଟରାଙ୍କ ଠାରୁ ଯାତ୍ରୀଙ୍କୁ ରକ୍ଷା କରିବା ସହିତ ଲୁଟେରାଙ୍କୁ ଉଚିତ୍ ଶିକ୍ଷା ଦେଇଥିଲେ । ବିଷ୍ଣୁଙ୍କ ଆକ୍ରମଣରେ ତିନି ଜଣ ଲୁଟେରାଙ୍କର ମୃତ୍ୟୁ ହୋଇଥିଲା । ଏହି ବାୟୋପିକ୍ ବ୍ୟତିତ ହିମେଶ ନିଜ ଫିଲ୍ମ ‘ଏକ୍ସପୋଜ’ର ଦ୍ୱିତୀୟ ଭାଗ ମଧ୍ୟ ତିଆରି କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More