ରାନୁ ମଣ୍ଡଲଙ୍କ ବିଷୟରେ ପଚାରିବାରୁ ରାଗିଗଲେ ହିମେଶ ରେଶମିୟାଁ, କହିଲେ ମୁଁ ତାଙ୍କ ମ୍ୟାନେଜର ନୁହେଁ
ଇକ ପ୍ୟାର କା ନଗମା ହେ.. ଗୀତ ଗାଇ ସୋସିଆଲ ମିଡିଆରେ ପ୍ରସିଦ୍ଧ ହୋଇଗଲେ ଷ୍ଟେସନ ପାଶ୍ୱର୍ରେ ଗୀତ ଗାଉଥିବା ରାନୁ ମଣ୍ଡଲ । ଏହାପରେ ସିଧାସଳଖ ସୁଯୋଗ ମିଳିଲା ବଲିଉଡର ଲୋକପ୍ରିୟ ଗାୟକ ହିମେଶ ରେଶମିୟାଁଙ୍କ ସହିତ ଗୀତ ଗାଇବା ପାଇଁ । ଯାହାପରେ ପ୍ରତିଦିନ ସୋସିଆଲ ମିଡିଆ ହେଉ ବା ଟିଭି ସମସ୍ତ ସ୍ଥାନରେ ଟ୍ରେଣ୍ଡ କଲେ ରାନୁ ମଣ୍ଡଲ । ଏହାପରେ ଆରମ୍ଭ ହେଲା ଗୋଟିଏ ପରେ ଗୋଟିଏ ବିବାଦ । କେତେକବେଳେ କାହାକୁ ସେଲ୍ଫି ନେବା ସମୟରେ ଗାଳି କରି ତ କେତେବେଳେ ମଂଚ ଉପରେ ଗୀତ ଭୁଲି ଯାଇଛି ବୋଲି ଇଂରାଜୀ କହି । ଏହିଭଳି ନାନା କଥା । ନିକଟରେ ଏଭଳି କିଛି କଥାକୁ ନେଇ ସାମ୍ନାକୁ ଆସିଛି ହିମେଶଙ୍କ ପ୍ରତିକ୍ରିୟା ।
ବାସ୍ତବରେ ମୁମ୍ବାଇରେ ଏକ ଇଭେଂଟରେ ପହଂଚିଥିଲେ ହିମେଶ । ଯେଉଁଠାରେ ଜଣେ ସାମ୍ବାଦିକ ତାଙ୍କୁ ରାନୁ ମଣ୍ଡଲଙ୍କ ସେଲ୍ଫି ବିବାଦ ବିଷୟରେ ପ୍ରଶ୍ନ ପଚାରିଦେଲେ । ଏହି କଥାରେ ହିମେଶ ରାଗିଯାଇ କହିଲେ ମୋତେ କାହିଁକି ଏ ପ୍ରଶ୍ନ କରାଯାଉଛି, ମୁଁ ତାଙ୍କ ମ୍ୟାନେଜର ନୁହେଁ । ଯାହାପରେ ଏହି ଘଟଣା ଖୁବ ଚର୍ଚ୍ଚା ହେଉଛି ।