Only for Entertainment

ପୁଣେ-ଏକ୍ସପ୍ରେସ ୱେ’ରେ ହିମେଶ ରେଶମିୟାଙ୍କ କାର ଦୁର୍ଘଟଣା । ଗଭୀର ଆଘାତ ପାଇଲେ………… ।

bollywood tadka
44

ବଲିଉଡ ଗାୟକ ଏବଂ ଅଭିନେତା ହିମେଶ ରେଶମିୟାଙ୍କୁ ନେଇ ଆସିଛି ବଡ଼ ଖବର । ବାସ୍ତବରେ ହିମେଶଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଂଟରଟେନମେଂଟ ପୋର୍ଟାଲ ସ୍ପଟବଏର ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ହିମେଶଙ୍କ କାର ଡ୍ରାଇଭର ରାମରଂଜନ ଗମ୍ଭୀର ଭାବରେ ଆଘାତ ପାଇଛନ୍ତି । ରାମରଂଜନଙ୍କ ଘର ବିହାରରେ । ଦୁର୍ଘଟଣା କିଭଳି ହେଲା ଏବଂ ହିମେଶ କିଭଳି ଅଛନ୍ତି ସେହି ବିଷୟରେ କୌଣସି ସୂଚନା ଆସିନାହିଁ ।

himesh1

କହିରଖୁଛୁ ଏବେ ହିମେଶ ସୋନି ଟିଭିର ସୁପରଷ୍ଟାର ସିଙ୍ଗରରେ ଜଜ ଭାବରେ ନଜର ଆସୁଛନ୍ତି । ତାଙ୍କ ସହିତ ଅଲକା ୟଗ୍ନିକ ଏବଂ ଜାଭେଦ ଅଲ୍ଲି ମଧ୍ୟ ନଜର ଆସୁଛନ୍ତି । ଏହା ପୂର୍ବରୁ ସାରେଗାମାପା ଲିଟିଲ ଚ୍ୟାମ୍ପ ଏବଂ ଦ ଭଏସ ଅଫ ଇଣ୍ଡିଆରେ ଜଜ ଭାବରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More