Only for Entertainment

ଇଣ୍ଡିଆନ ଆଇଡଲରେ ଅନୁ ମଲ୍ଲିକଙ୍କ ସ୍ଥାନରେ ନଜର ଆସିବେ ହିମେଶ ରେଶମିୟାଁ

economic times
23

ସିଙ୍ଗିଙ୍ଗ ରିଆଲିଟି ଶୋ ‘ଇଣ୍ଡିଆନ ଆଇଡଲ’ ସିଜନ ୧୧ରେ ଅନୁ ମଲ୍ଲିକଙ୍କୁ ରିପ୍ଲେସ କରି ବିଚାରକ ଭାବରେ ନଜର ଆସିବେ ହିମେଶ ରେଶମିୟାଁ । କହିରଖୁଛୁ ସୋନା ମହାପାତ୍ର ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ଅନୁ ମଲ୍ଲିକଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ, ଯାହାପରେ ଅନୁ ମଲ୍ଲିକଙ୍କ ବିଚାରକୁ ପଦରୁ ବାହାରିବାକୁ ପଡ଼ିଲା ।

 

 ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ସୋନି ଟିଭିିକୁ ସହ-କଳାକାରଙ୍କ ପ୍ରତି ଅଶାଳୀନ ଆଚରଣ ପ୍ରଦର୍ଶନ କରୁଥିବା ଅନୁ ମଲିକଙ୍କୁ କିପରି ବିଚାରକ ଭାବେ ନିଆଯାଇଛି ତାହା ପ୍ରଶ୍ନ କରାଯାଇ ଏକ ନୋଟିସ୍‌ ଜାରି କରାଯାଇଥିଲା।ମହିଳା କମିସନ୍‌ଙ୍କ ପକ୍ଷରୁ ଏହି ନୋଟିସ୍‌ରେ କର୍ମ କ୍ଷେତ୍ରରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଥିବା ବ୍ୟକ୍ତିଙ୍କ ପ୍ରତି କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇଛି ତାହା ଜଣାଇବାକୁ କୁହାଯାଇଥିଲା। ଏହି ନୋଟିସ ଆସିବା ପରେ ଅନୁ ମଲିକ ଇଣ୍ଡିଆନ ଆଇଡଲ ସିଜନ ୧୧ରୁ ବିଦା କରାଯାଇଥିଲା |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More