Only for Entertainment

ହାରିବା ପରେ ହୀନାକୁ ଲାଗିଛି ଝଟକା, ବିଗବସ ନାଁରେ ଆରୋପ । ଶୁଣିଲେ ହୋଶ ଉଡ଼ିଯିବ ।

ndtv
0 39

ବିଗବସ ସରିବାର ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ ତାହାର ପ୍ରତିଯୋଗୀମାନେ ଏବେ ମଧ୍ୟ ଖୁବ ଚର୍ଚ୍ଚାରେ ଅଛନ୍ତି । ଏହି ଧାଡ଼ିରେ ଏବେ ହୀନା ଖାନଙ୍କ ନାମ ଯୋଡ଼ି ହୋଇଛି । ସେ ବିଗବିସର ନିର୍ମାତାଙ୍କୁ ନେଇ ଏଭଳି କିଛି କହିଛନ୍ତି ଯାହାକୁ ଶୁଣିଲେ ହୋଶ ଉଡ଼ିଯିବ ।
ବାସ୍ତବରେ ବିଗବସରେ ରନର୍ସ ଅପ ହେବା ପରେ ହୀନାକୁ ଝଟକା ଲାଗିଛି । ଏକ ମିଡିଆ ରିପୋର୍ଟ ଅନୁସାରେ ସେ ବିଗବସ ନିର୍ମାତାଙ୍କ ନାଁରେ ଏକ ବିରାଟ ଆରୋପ ଲଗାଇଛନ୍ତି । ହୀନାଙ୍କ କହିବା ଅନୁସାରେ ବିଗବସ ସ୍କ୍ରିପ୍ଟେଡ ନୁହେଁ ବରଂ ଏହା ଏଡିଟେଡ । ସେମାନେ ଏହାକୁ ଏଭଳି ଏଡିଟ କରନ୍ତି ଯାହା ଦ୍ୱାରା ପ୍ରତିଯୋଗୀଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । କିନ୍ତୁ ଯଦି ସମଗ୍ର ଶୋ ବିଷୟରେ ଆଲୋଚନା କରାଯାଏ ତେବେ ହୀନା ସବୁବେଳେ ନିଜ ଭୁଲକୁ ନମାନିଥିବା ଘଟଣା ଦେଖିବାକୁ ମିଳିଛି ।

ପାଖାପାଖି ସାଢେ ୩ ମାସ ଚାଲିଥିବା ବିଗବସ ସିଜନ ୧୧ରୁ ହୀନାଖାନଙ୍କୁ ଖାଲି ହାତରେ ଘରକୁ ଫେରିବାକୁ ପଡ଼ିଥିଲା । କିନ୍ତୁ ହୀନାଙ୍କ ବୟାନରୁ ଜଣାପଡ଼ୁଛି ଯେ ସିଲ୍ପାଙ୍କ ଠାରୁ ହାରିବା ପରେ ସେ ତାଙ୍କର ହାରକୁ ଏପର୍ଯ୍ୟନ୍ତ ଗ୍ରହଣ କରିପାରିନାହାଁନ୍ତି ।
ଗାଳି ଗୁଲଜ କରୁଥିବା ଜୁବେର ଖାନଙ୍କୁ ଶୋରୁ ବାହାର କରିଦେବା ପରେ ସେ ମଧ୍ୟ ଶୋ ଏଡିିଟେଡ ହେଉଛି ବୋଲି ବୟାନ ଦେଇଥିଲେ । ତେବେ ହୀନା ଖାନ ତାଙ୍କର ଏହି ବୟାନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More