Only for Entertainment

ହିନାଙ୍କ ସାମ୍ନାରେ ପ୍ରିୟଙ୍କ ଏୟାର ହଷ୍ଟେସ ସହିତ ଏଭଳି କଥା ହେଲେ, ଭିଡ଼ିଓ ଭାଇରାଲ ।

amarujala
0 65

ଟିଭିର ପପୁଲାର ଶୋ ବିଗବସ ୧୧ରେ ହିନା ଖାନ ଓ ପ୍ରିୟଙ୍କ ଶର୍ମାଙ୍କର ବନ୍ଧୁତା ହୋଇଥିଲା । ଶୋ ସରିବା ପରେ ମଧ୍ୟ ବ୍ୟକ୍ତିଗତ ଜୀବନରେ ଏବେ ମଧ୍ୟ ଦୁଇ ଜଣ ଭଲ ସାଙ୍ଗ ହୋଇ ଅଛନ୍ତି । ନିକଟରେ ହିନା ଖାନ ପ୍ରିୟଙ୍କ ଶର୍ମାଙ୍କ ସହିତ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି । କିଛି ସମୟ ମଧ୍ୟରେ ଏହି ଭିଡ଼ିଓ ଭାଇରାଲ ହୋଇଗଲା ।

ଭିଡ଼ିଓରେ ଦୁଇ ଜଣ ଫ୍ଲାଇଟରେ ବସିଛନ୍ତି । ଏହି ଭିଡ଼ିଓରେ ହିନା କହୁଛନ୍ତିଯେ ପ୍ରିୟଙ୍କ ଏକ ଏୟାରହଷ୍ଟେସଙ୍କୁ କଫି ପାଇଁ ଇନଭାଇଟ କଲେ ଏବଂ ଏୟାର ହଷ୍ଟେସ କିଛି ବୁଝି ପାରିଲେ ନାହିଁ ଏବଂ କ’ଣ ଦରକାର ବୋଲି ପଚାରିଥିଲେ । ଏହାପରେ ପ୍ରିୟଙ୍କ କଥାକୁ ଓଲଟାଇ କହୁଛନ୍ତିଯେ ମୋତେ କଫି ଦରକାର । ଏହାପରେ ହିନା କହୁଛନ୍ତିଯେ କଫି ଦେବାପାଇଁ ଏୟାରହଷ୍ଟେସ ନିଜେ ଆସିଲେ ନାହିଁ ଏବଂ ଅନ୍ୟ କାହାକୁ ପଠାଇଦେଲେ ।

ଏହି ଭିଡ଼ିଓ ସେୟାର କରିବା ପରେ ହିନା ଏବଂ ପ୍ରିୟଙ୍କଙ୍କୁ ୟୁଜର୍ସ ଖୁବ କଥା ଶୁଣାଇଥିଲେ । ଜଣେ ଝିଅର ନାମ ନେଇ ଏଭଳି କରିଥିବାରୁ ଅନେକ ଏହି ଦୁଇଜଣଙ୍କୁ ଖରାପ କମେଂଟ ମଧ୍ୟ ଦେଇଛନ୍ତି । ଅବଶ୍ୟ ହିନା ଲେଖିଥିଲେଯେ ଏହା ଏକ ମଜାକ ଏବଂ ଏହି ଭିଡ଼ିଓକୁ ଦେଖିବା ପରେ ଦୟାକରି ଏହା ପଛରେ ପଡ଼ିଯିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More