Only for Entertainment

ହୀନା ଖାନ ସୋସିଆଲ ମିଡିଆରେ ଅପଲୋଡ କଲେ କିଛି ଏଭଳି ଭିଡିଓ, ରାଗିଲେ ୟୁଜର୍ସ !

India Today
0 60

ଛୋଟ ପରଦାରେ ଚର୍ଚ୍ଚାରେ ରହି ଆସୁଥିବା ଅଦାକାରୀ ହୀନା ଖାନ ଟ୍ରୋଲ ହେବା କିଛି ନୁଆ କଥା ନୁହେଁ । ବିବାଦୀୟ ସୋ ବିଗବସ-୧୧ରେ ମଧ୍ୟ ସେ ଖୁବ ଚର୍ଚ୍ଚାରେ ରହି ଆସିଥିଲେ । କିଛି ଦିନ ପୂର୍ବେ ମଦର୍ସ ଡେ’ରେ ଦେଇଥିବା ଏକ କମେଂଟକୁ ନେଇ ସେ ଖୁବ ଟ୍ରୋଲ ହୋଇଥିଲେ । ଏବେ ସେ ଏକ ଭିଡିଓ କାରଣରୁ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ହୀନା ଖାନ ତାଙ୍କର ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ଅପଲୋଡ କରିଛନ୍ତି , ଯେଉଁଥିରେ ସେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ।

A post shared by Hina Khan (@realhinakhan) on

ଭିଡିଓରେ କଳା ରଂଗର ପୋଷାକ ପିନ୍ଧି ହୀନା ଖୁବ ସୁନ୍ଦର ଦିଶୁଛନ୍ତି । ଏପରିକି ସବୁ ଠିକ ଥିଲା ମାତ୍ର ଯେତେବେଳେ ସେ ଡ୍ୟାନ୍ସ କରିବା ଆରମ୍ଭ କଲେ ତାହା ହଙ୍ଗାମା ସୃଷ୍ଟି କରିଛି । ଜଣେ ୟୁଜର ଲେଖିଛନ୍ତି ଲାଜ କର ହୀନା, ଭଗବାନଙ୍କୁ ଡର । ଅନ୍ୟ ଜଣେ ଲେଖିଛନ୍ତି, ରମଜାନ ମାସ ଚାଲିଛି, ଏଭଳି ବ୍ୟବହାର ଠିକ ନୁହେଁ । ଏହିଭଳି ଅନେକ ୟୁଜର ରାଗି ଯାଇ ତାଙ୍କୁ ଟ୍ରୋଲ କରିଛନ୍ତି ।


ଏହାପୂର୍ବରୁ ଏକ ଫଟୋ ସେୟାର କରି ରମଜାନ ମୁବାରକ ଲେଖିଥିଲେ, ଏଥିରେ ମଧ୍ୟ ଯୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ । ଟିଭିର ଏହି ନାୟିକା ବିଗବସରେ ଭାଗ ନେଲା ପରେ ଅଧିକ ଫେମସ ହୋଇଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More