Only for Entertainment

‘ବ୍ଲାକ ପ୍ୟାନଥର’ର ଟ୍ରେଲର ରିଲିଜ, ‘ବାହୁବଳୀ-୨’ ସହିତ ରହିଛି ଏହି ବଡ କନେକ୍ସନ

Picsnook
0 52

ହଲିଉଡ ଫିଲ୍ମ ‘ବ୍ଲାକ ପ୍ୟାନଥର’ର ହିନ୍ଦୀ ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମ ‘ସୁପରହିରୋଙ୍କ’ ଉପରେ ଆଧାରିତ । କିନ୍ତୁ ସବୁଠାରୁ ବଡ କଥା ହେଲା ଏହି ଫିଲ୍ମ ସହିତ ୨୦୧୭ର ସବୁଠାରୁ ବଡ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ-୨’ର ସମ୍ପର୍କ ରହିଛି ।

ସୂଚନା ଅନୁସାରେ ‘ବାହୁବଳୀ-୨’ର ସ୍କ୍ରିପ୍ଟକୁ ହିନ୍ଦୀ ଲେଖକ ମନୋଜ ମୁଂତଶିର ଲେଖିଥିଲେ । ଫିଲ୍ମ ‘ବାହୁବଳୀ-୨’ର ପ୍ରତ୍ୟେକ ଡାଇଲଗକୁ ବଲିଉଡ ଇଣ୍ଡଷ୍ଟ୍ରୀ ସହିତ ହଲିଉଡରେ ମଧ୍ୟ ଖୁବ ପ୍ରଶଂସା କରାଯାଇଥିଲା । ଏହି କଥାକୁ ଧ୍ୟାନରେ ରଖି ହଲିଉଡ ଫିଲ୍ମ ‘ବ୍ଲାକ ପ୍ୟାନଥର’ର ନିର୍ଦ୍ଦେଶକ ରୟାନ କୋଗଲର ମନୋଡଙ୍କୁ ନିଜ ଫିଲ୍ମର ଡାଇଲଗ ଲେଖିବା ପାଇଁ ମଉକା ଦେଇଛନ୍ତି । ଆଜ୍ଞା ହଁ ‘ବ୍ଲାକ ପ୍ୟାନଥର’ରେ ଭାରତୀୟ ଦର୍ଶକ ‘ବାହୁବଳୀ-୨’ ପରି ଅନେକ ଡାଇଲଗ ଶୁଣିବାକୁ ପାଇବେ । ଏହି ଫିଲ୍ମ ୧୬ ଫେବୃୟାରୀ ୨୦୧୮ରେ ରିଲିଜ ହେବ ।

ଉଲ୍ଲେଖଯୋଗ୍ୟ ମନୋଜ ଗୀତ ଏବଂ ଟିଭି ଧାରାବାହିକ ସହିତ ଫିଲ୍ମର ଡାଇଲଗ ଏବଂ ସ୍କ୍ରିପ୍ଟ ଲେଖିବା ପାଇଁ ମଧ୍ୟ ପ୍ରସିଦ୍ଧ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More