Only for Entertainment

ବଲିଉଡ ଫିଲ୍ମ ‘ଗଦର’ର ଏହି ଚର୍ଚିତ ଗୀତର ସମ୍ବଲପୁରୀ ଭର୍ସନ ଗାଇ ଚର୍ଚ୍ଚାରେ ଆଶିଷ କୁମ୍ଭାର !

76

ଘର ଆଯା ପରଦେଶୀ | ବଲିଉଡ ଫିଲ୍ମ ‘ଗଦର’ର ଏହି ଚର୍ଚିତ ଗୀତର ସମ୍ବଲପୁରୀ ଭର୍ସନ ଗାଇଛନ୍ତି ବରଗଡ଼ ସୋହେଲାର ଯୁବକ ଆଶିଷ କୁମ୍ଭାର | ୨୦୦୧ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଗଦରରେ ମୁଖ୍ୟ ଭୂମିକାରେ ସନ୍ନି ଦେଓଲଙ୍କ ସହ ଅମିଶା ପଟେଲ ଓ ଅମରିଶ ପୁରୀ ଅଭିନୟ କରିଥିଲେ |

ଦେଶାନ୍ତରର କାହାଣୀ ଥିବା ଏହି ସିନେମାଟି ସେତେବେଳେ ସୁପରହିଟ ସାବ୍ୟସ୍ତ ହୋଇଥିଲା | ତେବେ ଏହି ଫିଲ୍ମର ‘ଉଡ଼ଯା କାଲେ କାବାଁ’ ଗୀତଟି ଉଦିତ ନାରାୟଣ ଗାଇଥିବାବେଳେ ଏବେ ବି ସମସ୍ତେ ଗୁଣୁଗୁଣେଇହେଉଛନ୍ତି | ଏହି ଗୀତର ସମ୍ବଲପୁରୀ ଛୁଙ୍କ ଦେବାକୁ ପ୍ରୟାସ କରିଛନ୍ତି ଆଶିଷ | ପେସାରେ ଆଶିଷ ସୋହେଲା ପୋଷ୍ଟ ଅଫିସରେ ଡାକ ସହାୟକ ଭାବରେ କାର୍ଯ୍ୟ କରୁଛନ୍ତି |

ଏହି ଗୀତଟିର ସମ୍ବଲପୁରୀ ଭର୍ସନକୁ ସେ ନିଜେ ଲେଖିଥିବାବେଳେ ସଂଗୀତ ସମ୍ପାଦନା କରିଛନ୍ତି ପ୍ରବୀର ରାଜ ପୁରୋହିତ | ସେହିପରି ଏହି ଗୀତଟିର ପ୍ରଯୋଜନା ଦେଇଛନ୍ତି ଦିଲ୍ଲୀପ କୁମାର ବେହେରା | ତେବେ ଆଶିଷ ଏହି ଗୀତଟିକୁ ଗାଇବା ପାଇଁ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲଙ୍କ ପାଖରୁ ପ୍ରେରଣା ପାଇଥିବାର କହିଛନ୍ତି | ଭିଡିଓ ଦେଖନ୍ତୁ |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More