ଭାଇରାଲ ହେବାରେ ଲାଗିଛି ଏହି ହିନ୍ଦୁ-ମୁସଲମାନ ସମଲିଙ୍ଗୀ ଯୋଡିଙ୍କ ଫଟୋ, ଭାରତ-ପାକିସ୍ତାନ ସହିତ ରହିଛି ସମ୍ପର୍କ
ଭାରତ ଏବଂ ପାକିସ୍ତାନର ହିନ୍ଦୁ-ମୁସଲିମ ସମଲିଙ୍ଗୀ ଯୋଡିଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଲେସବିଆନ କପଲଙ୍କ ଫଟୋକୁ ଲୋକେ ଖୁବ ପସନ୍ଦ କରୁଛନ୍ତି ।
ବର୍ତ୍ତମାନ ନ୍ୟୁୟର୍କରେ ରହୁଥିବା ଏହି ଯୋଡିଙ୍କ ଫଟୋକୁ ପ୍ରଥମେ ଫଟୋଗ୍ରାଫର ସରୋବର ଅହମଦ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, ‘ଏ ନ୍ୟୁୟର୍କ ଲଭଷ୍ଟୋରୀ’ । ଫଟୋରେ ଭାରତର ଅଞ୍ଜଳୀ ଚକ୍ରା ଏବଂ ପାକିସ୍ତାନର ସୁନ୍ଦାସ ମଲିକ ନିଜ ନିଜର ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି ।
A New York Love Story pic.twitter.com/nve9ToKg9y
— Sarowar (@Sarowarrrr) July 28, 2019
ଫଟୋରେ ଦୁହେଁ ପରସ୍ପର ସହିତ ଛତା ଧରି ପୋଜ ଦେଉଥିବାର ନଜର ଆସିଛନ୍ତି । ଦେଶ ଏବଂ ଧର୍ମର ପ୍ରାଚୀର ଭାଙ୍ଗି ପରସ୍ପର ପ୍ରତି ଦୁହିଁଙ୍କ ଭଲପାଇବାକୁ ଲୋକେ ଇଣ୍ଟରନେଟରେ ଖୁବ ପସନ୍ଦ କରିଛନ୍ତି । ଜଣେ ୟୁଜର ଏହାକୁ କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିଥବା ବେଳେ ଅନ୍ୟ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ଭଲପାଇବା, ହୃଦୟ ଏବଂ ଭାବନାର କୌଣସି ଧର୍ମ ନଥାଏ ନା କୌଣସି ସୀମା ।’ । ଏହି ଫଟୋରେ ଏବେ ଲୋକଙ୍କ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି ।
Happy Anniversary! pic.twitter.com/FvB76XiINl
— Sarowar (@Sarowarrrr) July 31, 2019
ଅଞ୍ଜଳୀ ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ‘ସେହି ଝିଅକୁ ମଧ୍ୟ ଆନିର୍ଭସରୀ ମୁବାରକ ଯେ ମୋତେ ଭଲପାଇବା ଶିଖାଇଛଛି ।’ ସେହିପରି ପାକିସ୍ତାନ ଝିଅ ସୁନ୍ଦାସ ମଲିକ ମଧ୍ୟ ଫଟୋ ସେୟାର କରି ଦୁହିଁଙ୍କ ଭଲ ପାଇବାନକୁ ପ୍ରକାଶ କରିଛନ୍ତି ।