Only for Entertainment

ଜାଣନ୍ତୁ କୁଣ୍ଡଳୀରେ କେଉଁଠାରେ ଲୁଚି ରହିଥାଏ ମୃତ୍ୟୁ ଯୋଗ

nabbharat times
0 47

ଜନ୍ମ କୁଣ୍ଡଳୀର ଅଷ୍ଟମ ସ୍ଥାନ ମୃତ୍ୟୁର ଯୋଗ ଏବଂ ସ୍ଥିତି ବିଷୟରେ ସୂଚନା ଦେଇଥାଏ । ଏଭଳିକି ତୃତୀୟ ଏବଂ ଦଶମ ଘର ମୃତ୍ୟୁ ବିଷୟରେ ସଙ୍କେତ ଦେଇଥାଏ । ଏହି ଘରେ ଯେଉଁ ଗ୍ରହ ରହିଥାଏ ତାହା ଅନୁସାରେ ସୂଚନା ମିଳିପାରେ ।

ଶାସ୍ତ୍ର ଅନୁସାରେ ଶନି ଗ୍ରହକୁ ଆୟୁ କ୍ଷେତ୍ରରେ ଖାସ ବୋଲି କୁହାଯାଏ । ଆପଣଙ୍କ କୁଣ୍ଡଳୀରେ ଶନି ଗ୍ରହ ଯଦି ଶୁଭ ଗ୍ରହ ସହିତ ସ୍ଥିତିରେ ରହିଥାଏ ତେବେ ବୟସ ବୃଦ୍ଧି ହୋଇଥାଏ । ମିତ୍ର ଗ୍ରହ ସହିତ ଶନି ରହିବା ଦ୍ୱାରା ମଧ୍ୟମ ଆୟୁ ହୋଇଥାଏ । ଶତ୍ରୁ ଗ୍ରହ ଠାରୁ ପିଡ଼ିତ ଶନି ହେବା ଦ୍ୱାରା ଅଳ୍ପ ଆୟୁରେ ମୃତ୍ୟୁ ହୋଇଥାଏ । ଅଷ୍ଟମ ଘରେ ରହିବା ଦ୍ୱାରା ଲମ୍ବା ସମୟ ଧରି ରୋଗ ବ୍ୟାଧି ଲାଗି ରହିଥାଏ ।

ଅଷ୍ଟମ ଘରେ ସୂର୍ଯ୍ୟ ରହିବା ଦ୍ୱାରା ମୃତ୍ୟୁ ଅଗ୍ନି,ଜ୍ୱର ଏବଂ ମୁତ୍ରାଦି ସମସ୍ୟା ମଧ୍ୟରେ ହୋଇଥାଏ । ମୃତ୍ୟୁ ପୂର୍ବରୁ କେହି ମଧ୍ୟ ଏହା ବିଷୟରେ ଜାଣିନଥାନ୍ତି । କିନ୍ତୁ ପୁରାଣ ଅନୁସାରେ ଭଗବାନ ଶିବ ଏହା ବିଷୟରେ ସୂଚନା ଦେଇଛନ୍ତି । ଏଭଳି ଲକ୍ଷଣ ବିଷୟରେ କୁହାଯାଇଛି ଯାହା ମୃତ୍ୟୁ ପୂର୍ବରୁ ସୂଚନା ଦେଇଥାଏ ।

ତେଲ ଏବଂ ଜଳରେ ଯଦି ଛାଇ ନଜର ନ ଆସେ ତେବେ ମୃତ୍ୟୁର ସଙ୍କେତ ମିଳିଥାଏ । କୁଣ୍ଡଳୀରେ ଅଷ୍ଟମ ଘରେ ଚନ୍ଦ୍ରମା ରହିଲେ ମୃତ୍ୟୁ ଆସିଥାଏ ।

ମଙ୍ଗଳକୁ ଦୁର୍ଘଟଣାର କାରକ ବୋଲି କୁହାଯାଏ । ଅଷ୍ଟମ ଘରେ ରହିବା ଦ୍ୱାରା ମୃତ୍ୟୁ, ଦୁର୍ଘଟଣା,ଶଲ୍ୟ ଚିକିତ୍ସା ଓ ଉଂଚାରୁ ପଡ଼ିବା ଆଦି ସମସ୍ୟା ଦେଖା ଦେଇଥାଏ । ଏହା ମଧ୍ୟ କୁହାଯାଏଯେ ଯଦି କୌଣସି ବ୍ୟକ୍ତିକୁ ଅଧିକାଂଶ ସମୟ ଅଗ୍ନି ଦେଖିବା ଭଳି ଭ୍ରମ ହୁଏ ତେବେ ତାହା ମଧ୍ୟ ମୃତ୍ୟୁର ସୂଚନା ଦେଇଥାଏ ।

ଅଷ୍ଟମ ଘରେ ବୁଧ ରହିବା ଦ୍ୱାରା ମୃତ୍ୟୁର ଆଶଙ୍କା ରହିଥାଏ । ଏହା ସହିତ ଆକସ୍ମିକ ହୃଦରୋଗ ମଧ୍ୟ ଆସିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More