Only for Entertainment

ଆଗାମୀ ବଲିଉଡ୍ ରୋମାଂଟିକ୍ – ଡ୍ରାମା ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ର ପ୍ରଥମ ଗୀତ ‘ହୋ ଜା ଆୱାରା’ ରିଲିଜ୍ !

43

ଆଗାମୀ ବଲିଉଡ୍ ରୋମାଂଟିକ୍ – ଡ୍ରାମା ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ର ପ୍ରଥମ ଗୀତ ‘ହୋ ଜା ଆୱାରା’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ କରଣ ଦେଓଲ୍ ଓ ସେହେର୍ ବାମ୍ବାଙ୍କୁ ଦେଖିବାକୁ ମିଳିଛି । ଉଭୟ ଏହି ଫିଲ୍ମ ଜରିଆରେ ବଲିଉଡ୍ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଧୁମ୍-ଧମାଲ୍ ମ୍ୟୁଜିକ୍ ସହ ଆକର୍ଷଣୀୟ ଲୋକେସନ୍ ଗୀତଟିକୁ କରିଛି ଆହୁରି ଆଟ୍ରାକ୍ଟିଭ୍ ।

ଲଦାଖର ସୁନ୍ଦର ସୁନ୍ଦର ଲୋକେସନରେ ଏହି ଗୀତଟିର ସୁଟିଂ କରାଯାଇଛି ।  ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି କଣ୍ଠଶିଳ୍ପୀ ଆସ୍ କିଙ୍ଗ ଓ ମୋନାଲି ଠାକୁର୍ଙ୍କ ଜବରଦସ୍ତ ଗାୟିକୀ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗ୍ଚି । ଆଉ ଏହାର ଲିରିକ୍ସ ଦେଇଛନ୍ତି ସିଦ୍ଧାର୍ଥ ଓ ଗରିମା ।

ସନ୍ନି ଦେଓଲ୍ ଓ ଜି ଷ୍ଟୁଡିଓଜର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିଜେ ସନ୍ନି ଦେଓଲ୍ । ଏହି ସିନେମା ଜରିଆରେ ସନ୍ନି ଦେଓଲ୍ ନିଜ ପୁଅ କରଣଙ୍କୁ ଲଂଚ୍ କରୁଛନ୍ତି । ଆଉ ତାଙ୍କ ସହ ନବାଗତା ସୁନ୍ଦରୀ ସେହେର୍ ବାମ୍ବାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ । ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୨୦ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More