Only for Entertainment

ବଲିଉଡ ଗୀତରେ ହୋଲିର ପର୍ବ, ଦେଖନ୍ତୁ ଭିଡିଓ

Pinterest
56

ଆଜି ରଙ୍ଗର ପର୍ବ ହୋଲି । ଏହି ପର୍ବ ଭାରତୀୟଙ୍କ ବ୍ୟତିତ ବିଦେଶରେ ମଧ୍ୟ ଦେଖିବାକୁ ମିଳେ । ହୋଲିରେ ଲୋକେ ପରସ୍ପୁରକୁ ରଙ୍ଗ ଲଗାଇବା ସହିତ ମିଠା ଖୁଆଇ ନାଚ ଗୀତରେ ପାଳନ କରିଥାନ୍ତି । ବଲିଉଡ ଫିଲ୍ମ ଗୁଡିକରେ ମଧ୍ୟ ହୋଲିର ମାହୋଲ ହେଖିବାକୁ ମିଳିଥିଲା । ଆପଣ ଯଦି ହୋଲିକୁ ସ୍ପେଶାଲ କରିବାକୁ ଚାହୁଁଛନ୍ତି ତେବେ ବଲିଉଡର ଏହି ହୋଲି ଗୀତ ସହିତ ପର୍ବକୁ ସେଲିବ୍ରେଟ କରନ୍ତୁ ।

ରଙ୍ଗ ବରଷେ-
ଯେତେବେଳେ ହୋଲିରେ ଗୀତ କଥା ଆସେ ସେତେବେଳେ ପ୍ରଥମେ ଆସେ ଅମିତାଭ ବଚ୍ଚନଙ୍କ ସେହି ଫିଲ୍ମ ରଙ୍ଗ ବରଷେ ଭିଗେ ଚୁନରୱାଲି । ସିଲ୍‍ସିଲା ଫିଲ୍ମର ଏହି ଗୀତ ଆଜି ବି ହୋଲି ଗୀତର ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ୧୯୮୧ ମସିହାରେ ଏହି ଫିଲ୍ମଟି ରିଲିଜ୍‍ ହୋଇଥିଲା ବେଳେ ଏଥିରେ ଅମିତାଭଙ୍କ ସମେତ ରେଖା, ଜୟାବଚ୍ଚନ, ଶଶିକାପୁର ଅଭିନୟ କରିଛନ୍ତି ।

ଜୟ ଜୟ ଶିବ ଶଙ୍କର –
୧୯୭୪ରେ ରିଲିଜ୍ ହୋଇଥିଲା ଫିଲ୍ମ ଆପ କି କସମ । ଏହି ଫିଲ୍ମର ଏକ ଲୋକପ୍ରିୟ ଗୀତ ହେଲା ଜୟ ଜୟ ଶିବ ଶଙ୍କର …..ଗୀତଟି ଅତି ପୁରୁଣା ହେଲେ ମଧ୍ୟ ଆଜି ବି ଲୋକପ୍ରିୟ ହୋଇ ରହିଛି । ଏହି ଗୀତରେ ରାଜେଶ ଖାନ୍ନାଙ୍କ ସହ ମୁମତାଜ ଅଭିନୟ କରିଥିଲେ । ଆଜି ବି ହୋଲିରେ ଏହି ଗୀତରେ ଲୋକଙ୍କୁ ନାଚିବାର ଦେଖିବାକୁ ମିଳିଥାଏ ।

ହୋଲି କେ ଦିନ୍‍-
୧୯୭୫ରେ ରିଲିଜ୍‍ ହୋଇଥିଲା ଫିଲ୍ମ ସୋଲେ । ଏଥିରେ ଅମିତାଭ,ଜୟାବଚ୍ଚନ, ଧର୍ମେନ୍ଦ୍ର, ହେମାମାଳିନି ପ୍ରମୁଖ ଅଭିନୟ କରିଥିଲା ବେଳେ ଏହା ବ୍ଲକ୍‍ବଷ୍ଟର ମୁଭି ଭାବେ ପ୍ରମାଣିତ ହୋଇଥିଲା । ଏହି ଫିଲ୍ମର ଲୋକପ୍ରିୟ ଗୀତଟି ହେଉଛି ହୋଲି କେ ଦିନ୍‍ ଦିଲ୍‍ ଖେଲ୍‍ ଜାତି ହେ । ଆଜି ବି ଏହି ଗୀତ ତା’ର ଲୋକପ୍ରିୟତା ବଜାୟ ରଖିଛି ।

https://www.youtube.com/watch?v=-GPAzK1hMfg

ସୋଣି ସୋଣି ଆଖିଓଁ ୱାଲି-
୨୦୦୦ରେ ରିଲିଜ୍ ହୋଇଥିଲା ଫିଲ୍ମ ମୋହବତେଁ । ଏହା ଏକ ମଲ୍ଟିଷ୍ଟାର ସିନେମା ଅଟେ । ଏଥିରେ ଥିବା ହୋଲି ଗୀତ ସୋଣି ସୋଣି ଆଖିଓଁ ୱାଲି…. ଖୁବ ଲୋକପ୍ରିୟ ହୋଇଥିଲା । ଏହି ଗୀତରେ ଶାହାରୁଖ ଖାନ, ଐଶର୍ଯ୍ୟା ରାୟ, ଉଦୟ ଚେପ୍ରା, ଯୁଗଲ ହଂସରାଜ, ଜିମ୍ମି ଶେରଗିଲ, ଶମିତା ସେଟ୍ଟୀ, କିମ୍ ଶର୍ମା, ପ୍ରିତୀ ଜାଙ୍ଗିୟାନୀ ଆଦି ଅନେକ କଳାକାର ଅଭିନୟ କରିଥିଲେ । ଏହା ବଲିଉଡ ଏକ ଲୋକ ପ୍ରିୟ ହୋଲି ଗୀତ ।

ଆଜ୍‍ ନା ଛୋଡେଙ୍ଗେ-
୧୯୭୧ରେ ରିଲିଜ୍‍ ହୋଇଥିଲା କଟିପତଙ୍ଗ ଖାଲି ସେ ସମୟର ନୁହେଁ ବରଂ ପରବର୍ତ୍ତୀ ସମୟରେ ମଧ୍ୟ ଏକ ସଫଳ ଫିଲ୍ମ ଭାବେ ନିଜକୁ ଉପସ୍ଥାପିତ କରିଆସିଛି । ଫିଲ୍ମରେ ରାଜେଶ ଖାନ୍ନା, ଆଶା ପାରେଖ, ପ୍ରେମ ଚୋପ୍ରା ପ୍ରମୁଖ ଅଭିନୟ କରିଥିଲେ । ଫିଲ୍ମର ଗୀତ ଆଜ ନା ଛୋଡେଙ୍ଗେ ବହୁ ପ୍ରସିଦ୍ଧି ଲାଭ କରିଥିଲା । ହୋଲି ଉତ୍ସବରେ ଏହି ଗୀତ ନବାଜିଲେ ଉତ୍ସବ ସଫଳ ନୁହେଁ ବୋଲି ଲୋକଙ୍କ ମତ ।

ଅଙ୍ଗ ସେ ଅଙ୍ଗ ଲଗାନା-

୧୯୯୦ରେ ରିଲିଜ୍‍ ହୋଇଥିଲା ଫିଲ୍ମ ଡର୍‍ । ଅଭିନୟରେ ଥିଲେ ଶାହାରୁଖ,ସନି ଏବଂ ଜୁହି ଚାୱଲା । ଏହି ଫିଲ୍ମର ଗୀତ ଅଙ୍ଗ ସେ ଅଙ୍ଗ ଲଗାନା, ସଜନ ହମେ ଏସେ ରଙ୍ଗ ଲଗାନା ସେତେବେଳେ ବଡ଼ ଖ୍ୟାତିଲାଭ କରିଥିଲା । ଆଜି ବି ହୋଲି ଉତ୍ସବରେ ଲୋକେ ଏହି ଗୀତର ଧୁନ୍‍ରେ ନାଚିଥାଆନ୍ତି ।

ହୋଲି ଖେଲେ ରଘୁବୀରା…
୨୦୦୩ରେ ରିଲିଜ ହୋଇଥିବା ଫିଲ୍ମ ବାଗବାନରେ ମଧ୍ୟ ଏକ ଲୋକପ୍ରିୟ ହୋଲି ଗୀତ ରହିଛି । ଏହି ଗୀତଟି ହେଲା ହୋଲି ଖେଲେ ରଘୁବୀରା…. । ଏହି ଗୀତରେ ଦର୍ଶକ ଅମିତାଭ ବଚ୍ଚନ ଓ ହେମାମାଳିନୀଙ୍କ ଯୋଡିକୁ ଖୁବ୍ ପସନ୍ଦ କରିଥିଲେ । ଏହା ମଧ୍ୟ ବଲିଉଡର ଲୋକପ୍ରିୟ ହୋଲି ଗୀତ ମଧ୍ୟରୁ ଗୋଟିଏ ।

ବଲମ ପିଚକାରୀ…

ୟେ ଯବାନୀ ହେ ଦିୱାନୀ ଫିଲ୍ମଟି ରିଲିଜ୍‍ ହୋଇଥିଲା ୨୦୧୩ ରେ । ଲିଡ୍‍ ରୋଲରେ ଥିଲେ ଦୀପିକା ଏବଂ ରଣବୀର । ବଲମ ପିଚକାରୀ, ତୁନେ ମୁଝେ ମାରି ଗୀତଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ହୋଲି ସମୟରେ ଏହି ଗୀତର ଡିମାଣ୍ଡ ବେଶ ଅଧିକ ଆଜି ବି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More